Masthead

ଦିବ୍ୟାଙ୍ଗ ଦମ୍ପତିଙ୍କ ପାଇଁ ସାହାରା ପାଲଟିଛି ଭଡା ପାନ ଦୋକାନ

ବିଂଝାରପୁର(ବଡ଼ ଖବର ବ୍ୟୁରୋ): ଧନେଶ୍ୱର ସେଠି ଘର ଯାଜପୁର ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତରେ । ପିଲାଟି ଦିନରୁ ବାପାଙ୍କୁ ହରାଇ ଧନେଶ୍ୱର ପାଲଟି ଯାଇଥିଲେ ଦିନ ମଜୁରୀଆ, ମୂଲ ଲାଗି ପିଲାଟି ବେଳୁ ଚଳାଇ ଆସୁଥିଲେ ନିଜର ପରିବାର । କିନ୍ତୁ ସେତିକି ଦୁଃଖ ତାଙ୍କ ପାଇଁ ଯଥେଷ୍ଟ ନଥିଲା ପ୍ରାୟ ୨୨ ବୟସରେ ଭଗବାନ ତାଙ୍କୁ ବନାଇଦେଇଥିଲେ ଦିବ୍ୟାଙ୍ଗ । ତାଙ୍କର ଦୁଇଟି ଗୋଡ ସମ୍ପୂର୍ଣରୂପେ ଅଚଳ ହୋଇଗଲା ତେଣୁ ତାଙ୍କ ପରିବାର ଲୋକ ବି ତାଙ୍କୁ ଘରୁ ବାହାର କରିଦେଲେ ଜ୍ଝ ଶେଷରେ ସେ ଆଉ କିଛି ଉପାୟ ନ ପାଇ ଘର ଛାଡିବାକୁ ବାଧ୍ୟ୍ୟ ହେଲେ । ମୁଣ୍ଡରେ ପଡିଲା ଚଡକ, କେମିତି ବଞ୍ଚାଇବେ ଚାରି ପ୍ରାଣୀଙ୍କୁ କାମ ଧନ୍ଦା ତ ଆଉ କରିପାରିବେ ନାହିଁ ଶେଷରେ ବାଳମକୁଳି ଯଜ୍ଞ ପଡିଆ ନିକଟରେ ଗୋଟିଏ ଛୋଟିଆ କେବିନଟିଏ ଭଡ଼ା ନେଇ ପାନ ଦୋକାନ ଟିଏ କଲେ । କିନ୍ତୁ ଭାଗ୍ୟ ତ ସାଜିଛି ଦାଉ ସେ ଦୋକାନ ଟି ବି ବର୍ତମାନ ଚାଲୁ ନାହିଁ କୋଉ ଦିନ ରୋଜଗାର ହେଉଛି ତ କେଉଁଦିନ ନାହିଁ ଜ୍ଝ ଏଭଳି ପରିସ୍ଥିତିରେ ସେ ଘର ଭଡ଼ା ବି ଦେଇ ପାରୁନାହାନ୍ତି । କୋଉଠୁ ବା ଆଣିକି ଦେବେ ଦୋକାନଟିରୁ ଯାହା ମିଳୁଛି ଚାରି କୁଟୁମ୍ବଙ୍କ ପେଟ କୁ ନିଅଣ୍ଟ ଓଳିଏ ଖାଇଲେ ଓଳିଏ ଓପାସ, ସେ ଜଣେ ଭୂମିହୀନ ହୋଇଥିବାରୁ ତାଙ୍କୁ ଖଣ୍ଡିଏ ଘର ମିଳିପାରୁନାହିଁ । ତେଣୁ ସେ ସରକାରଙ୍କୁ ଖଣ୍ଡିଏ ଜାଗା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ଏ ବିଷୟ ନେଇ ଆମେ ସ୍ଥାନୀୟ ତହସିଲଦାରଙ୍କ କହିବା ଅନୁଯାୟୀ, ଆମେ ତଦନ୍ତ କରିବୁ ଯଦି ସେ ପ୍ରକୃତ ଯୋଗ୍ୟ ବିବେଚିତ ହୁଅନ୍ତି ସରକାରଙ୍କ ତରଫ ରୁ ଯାହା ସୁବିଧା ହୋଇପାରିବ ଆମେ ଦେବାକୁ ଚେଷ୍ଟା କରିବୁ । ଏଭଳି ପରିସ୍ଥିତିରେ ଜାଣିବାକୁ ବାକିରହିଲା କେବେ ଧନେଶ୍ୱରଙ୍କୁ ସମସ୍ତ ସୁବିଧା ମିଳିବ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’