ପୁଣି ବଢ଼ିବ ବର୍ଷା!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ୨୫ ତାରିଖରେ ଉତ୍ତର ବଙ୍ଗୋପସାଗର ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୭ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେଇପାରେ। ଏହା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ପୂର୍ବ ଓ ଉତ୍ତର ପୂର୍ବ ଭାରତର ବିଭିନ୍ନ ସ୍ଥାନର ବିସ୍ତୃତ ବିସ୍ତୃତ ଅଞ୍ଚଳରେ ଭାରି ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ( ଆଇଏମଡି) ବିସ୍ତାରିତ ଆକଳନରେ ଏଭଳି ପୂର୍ବାନୁମାନ କରିଛି।

ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା ପାଗ ସହ ଖରା ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା। ହେଲେ ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଶୁକ୍ରବାରଠାରୁ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହେବ। ବିଶେଷକରି ପଶ୍ଚିମ, ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ବିଶେଷକରି ସୁନ୍ଦଗରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାର କିଛି ସ୍ଥାନରେ ଝଡ଼ବର୍ଷା ନେଇ ସତର୍କ କରାଯାଇଛି । ଅପରପକ୍ଷେ ଗୁରୁବାର ୧୦ ସହରର ତାପମାତ୍ରା ୩୪ ଡିଗ୍ରୀ ଉପରେ ରହିଥିଲା। ଭଦ୍ରକରେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ