Masthead

ମହାମାରୀରୁ ଉଦ୍ଧାର କରିବେ ଜଗତଜନନୀ

ସଇଁନ୍ତଳା (ବଡ଼ ଖବର ବ୍ୟୁରୋ): ଧରାପୃଷ୍ଠରେ ଅବତରଣ କରିଛନ୍ତି ଶକ୍ତି ସ୍ୱରୂପିଣୀ । ବିଧି ଅନୁସାରେ ମା’ଙ୍କୁ କରାଯାଇଛି ଆବାହନ । ହେଲେ କରୋନା କଟକଣା ପାଇଁ ସବୁଠି ଖାଁ ଖାଁ । ଭଳିକି ଭଳି ଆଲୁଅରେ ଝଲସୁନି ରାସ୍ତାଘାଟ କି ଦେଖିବାକୁ ମିଳୁନି ନବଶ୍ଚୁମ୍ଭୀ ତୋରଣ । କଟକଣା ପାଇଁ ମଣ୍ଡପ ନିକଟକୁ ଭକ୍ତଙ୍କୁ ମନା କରାଯାଇଛି । ସୀମିତ ଭକ୍ତ ଓ ପୁରୋହିତଙ୍କୁ ନେଇ ଅନୁଷ୍ଠିତ ହେଉଛି ପୂଜା । ଘରେ ରହି ମାଆଙ୍କୁ ଆରାଧନା କରୁଛନ୍ତି ଭକ୍ତ । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଘୁନସର ଗ୍ରାମରେ ଚଳିତ ବର୍ଷ ମା’ଙ୍କ ପୂଜା ୩୮ତମ ବର୍ଷରେ ପଦାର୍ପଣ କରିଛି ।

ଚଳିତ ବର୍ଷ ପୂଜାରେ କର୍ତ୍ତା ଭାବେ ବିକାଶ ବେହେରା ଓ ଧର୍ମପତ୍ନୀ ଝରଣା ବେହେରା ଥିବା ବେଳେ ମୁଖ୍ୟ ପୂଜକ ଭାବରେ ଗବର୍ଦ୍ଧନ ତ୍ରିପାଠୀ ଓ ସହ ପୂଜକ ହେମନ୍ତ ଷଡ଼ଙ୍ଗୀ ସହଯୋଗ କରୁଛନ୍ତି । ପୂଜା କମିଟିର ସଭାପତି ସନ୍ତୋଷ ବେହେରା, ସହ- ସଭାପତି ବିମଲ ବେହେରା ଓ ସମ୍ପାଦକ ଚମ୍ପୁଲାଳ ରଣା ଚଳିତ ବର୍ଷ ସରକାରଙ୍କ ସମସ୍ତ ନିର୍ଦେଶନୁସାରେ ପୂଜାବିଧି ହେଉଥିବା ସୂଚୀତ କରିଛନ୍ତି । ମା’ ଜଗତଜନନୀଙ୍କ ଦର୍ଶନରୁ ବଂଚିତ ହୋଇଛ‌ନ୍ତି ଭକ୍ତମାନେ ଓ ପ୍ରାର୍ଥନା କରିଛନ୍ତି ଏହି ମହାମାରୀରୁ ସଂସାରବାସୀଙ୍କୁ ଉଦ୍ଧାର କରିବା ପାଇଁ । ତେବେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅନୁପସ୍ଥିତିରେ ପୂଜା ପାଉଛନ୍ତି ମା’ ଜଗତ ଜନନୀ । ଯାହା ଫଳରେ ସବୁ ଦେବୀ ପୀଠ ଗୁଡିକରେ ଖାଁ ଖାଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭକ୍ତି ଭାବରେ ବନ୍ଧା ଭକ୍ତ ସମୂହ ଏହି ପର୍ବକୁ କଟକଣା ସହ ପାଳନ କରୁଛ‌ନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ