Masthead

ଏନଏସି ନିର୍ବାଚନ : ଜୋରଦାର ପ୍ରଚାର କରୁଛନ୍ତି ୩ ପ୍ରମୁଖ ଦଳ

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏପ୍ରିଲ ୩ରେ ହେବ ଅତାବିରା ଏନଏସି ନିର୍ବାଚନ । ଜୋରଦାର ପ୍ରଚାର କରୁଛନ୍ତି ୩ ପ୍ରମୁଖ ଦଳ । ମଇଦାନରେ ରହିଛନ୍ତି ୪ ପ୍ରାର୍ଥୀ । ସେହିପରି ୧୨ଟି ୱାର୍ଡରେ ଅଧ୍ୟକ୍ଷ ଙ୍କୁ ମିଶାଇ ମୋଟ ୪୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏପ୍ରିଲ ୩ ରେ ଏନଏସି ଅଧ୍ୟକ୍ଷ ସହ ୧୨ଟି କାଉନସିଲର ପଦବୀ ପାଇଁ ୧୬ଟି ବୁଥ୍ ରେ ୧୩୫୨୦ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ପ୍ରାର୍ଥୀ ମଧ୍ୟ ପ୍ରଚାରରେ ଲାଗିପଡିଛନ୍ତି ।

ଅଧ୍ୟକ୍ଷ ପଦବୀ ପାଇଁ ବିଜେଡ଼ିରୁ ବନମାଳୀ ବରିହା, ଭାଜପାରୁ ଲକ୍ଷ୍ମୀ ବେହେରା, କଂଗ୍ରେସରୁ ସବିତା ଭୁଏ ଏବଂ ସ୍ୱାଧୀନ ଭାବରେ ସାମନ୍ତ ଭୁଏ ନିର୍ବାଚନ ଲଢ଼ୁଛନ୍ତି। ବିଜେଡି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆଙ୍କ ନେତୃତ୍ତ୍ୱରେ ମନ୍ତ୍ରୀ ରୀତା ସାହୁ, ବରଗଡ଼ ବିଧାୟକ ଦେବେଶ ଆଚାର୍ୟ୍ୟ, ରାଜନୈତିକ ବିଶାରଦ ପ୍ରସନ୍ନ ଆଚାର୍ୟ୍ୟଙ୍କ ସମେତ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ପ୍ରାର୍ଥୀଙ୍କ ସମକ୍ଷରେ ପ୍ରଚାରଛ୍ରୁଛନ୍ତି । ସେହିପରି କଂଗ୍ରେସ ଦଳ ପୂର୍ବତନ ଅତାବିରା ବିଧାୟକ ତଥା ଜିଲା ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ବହୁ ତୁଙ୍ଗ ନେତା ସବିତା ଭୁଏ ଏବଂ ଦଳୀୟ କାଉନସିଲରପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ବିଜେପିର ଜିଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଅତାବିରା ନିର୍ବାଚନ ମଣ୍ଡଳୀର ମାଲ ମାଲ ନେତା ବିଭିନ୍ନ ୱାର୍ଡ ବୁଲି ଭାଜପାର ଅଧ୍ୟକ୍ଷ ପ୍ରାର୍ଥନୀ ଲକ୍ଷ୍ମୀ ବେହେରା ଏବଂ କାଉନସିଲର ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ