Masthead

ପୂଜା ପାଉଛନ୍ତି ମା’; ଖାଁ ଖାଁ ମଣ୍ଡପ

ନାଉଗାଁ (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ, ଭକ୍ତ ଓ ଭଗବାନଙ୍କୁ ଅଲଗା କରିଦେଇଛି। ଚଳିତ ବର୍ଷ ବିଭିନ୍ନ ପର୍ବପର୍ବାଣୀ ଫିକା ପଡିଥିବାବେଳେ ପୂଜା ଉତ୍ସବ ମଧ୍ୟ ମଳିନ ପଡିଯାଇଛି । ରାମ ନବମୀଠାରୁ ରଥଯାତ୍ରା ସହିତ ଗଣେଶ ପୂଜା ଯାଏଁ ସବୁଠି କରୋନା ଭୟ ଲାଗିରହିଥିଲା । ତେଣୁ ଜନ ସାଧାରଣଙ୍କ ଦର୍ଶନ ଉପରେ ସରକାରଙ୍କ ରୋକ ଲଗାଯାଇଥିଲା। ବିଶ୍ୱାସ ଥିଲା ଦୁର୍ଗା ପୂଜା ବେଳକୁ ସଂକ୍ରମଣ ହ୍ରାସପାଇବା ସହ କରୋନା କଟକଣା କୋହଳ ହୋଇଯିବ । ତେଣୁ ମା’ଙ୍କ ପୂଜା ଉତ୍ସବ ବେଶ ଧୁମଧାମରେ ପାଳିତ ହେବ। କିନ୍ତୁ ତାହା ମଧ୍ୟ ସମ୍ଭବ ହୋଇପାରିଲା ନାହିଁ।

ସଂକ୍ରମଣକୁ ଆଖି ଆଗରେ ରଖି ସରକାର ପୂଜା ପାଇଁ ବିଭିନ୍ନ ନୀତିନିୟମ ପ୍ରଣୟନ କରି ତାହାକୁ ପାଳନ କରିବା ପାଇଁ ପୂଜା କମିଟି ଗୁଡିକୁ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଂଚଳରେ ମା’ ଦଶଭୁଜାଙ୍କ ଆବାହନ ପୂଜା ଭକ୍ତ ଶୂନ୍ୟ ଭାବେ ପାଳିତ ହୋଇଛି । ଷଷ୍ଠୀ ବେଲବରଣୀଠାରୁ ସପ୍ତମୀ କଳସୀ ପୁଜା ଯାଏଁ କେବଳ ପୂଜା ମଣ୍ଡପ ଗୁଡିକରେ ପୂଜକ ଓ ସଂକଳ୍ପ କର୍ତ୍ତାଙ୍କୁ ଦେଖିବାକୁ ମିଳିଛି। ଏପରିକି କେତେକ ପୂଜା ମଣ୍ଡପ ଗୁଡିକୁ ଆବଦ୍ଧ କରାଯାଇ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଛି। ଆଜି ଅଷ୍ଟମୀରେ ହେବାକୁ ଥିବା ସନ୍ଧିପୂଜା, ଚଣ୍ଡୀପାଠ ସହିତ ନବମୀ ଓ ଦଶମୀ ପୂଜା ମଧ୍ୟ ଭକ୍ତଶୂନ୍ୟ ଭାବେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ବ୍ଲକର ନାଉଗାଁ ସାର୍ବଜନୀନ ଦୂର୍ଗା ପୂଜା କମିଟି, ମୁଣ୍ଡାଳ ବଜାର ପୂଜା କମିଟି, ନୂଆଗାଁ ପୂଜା କମିଟି, କଣ୍ଟୁଣିଆ ହାଟ ପୂଜା କମିଟି, ନନ୍ଦିକେଶ୍ଵର ପୂଜା କମିଟି ଓ ଗଙ୍ଗଦା ହାଟ ପୂଜା କମିଟି ଆଦି ସ୍ଥାନ ମାନଙ୍କରେ ମା’ ଦଶଭୂଜା ସିଂହ ବାହିନୀ ଓ ନାଉଗାଁ ବ୍ଲକ ଛକ ପୂଜା ମଣ୍ଡପରେ ଶିବ ପାର୍ବତୀ ଭକ୍ତ ଶୂନ୍ୟ ଭାବେ ପୂଜା ପାଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି