Masthead

କୋଟିପତି ଯନ୍ତ୍ରୀ, ଦରମା ୩୦ ହଜାର ହେଲେ ସମ୍ପତ୍ତି ଅମାପ

ଭୋପାଳ (ବଡ଼ ଖବର ବ୍ୟୁରୋ): ଚୁକ୍ତିଭିତ୍ତିକ ଇଞ୍ଜିନିୟର । ମାସିକ ଦରମା ମାତ୍ର ୩୦ ହଜାର । କିନ୍ତୁ ଠୁଳ କରିଛନ୍ତି ଅମାପ ସମ୍ପତ୍ତି । ମଧ୍ୟପ୍ରଦେଶ ଲୋକାୟୁକ୍ତଙ୍କ ନିଦେ୍ର୍ଦଶରେ ପୋଲିସ ଚଢଉ କରିବା ବେଳେ ଆଖି ଖୋସି ହୋଇଯାଇଥିଲା । ଚୁକ୍ତି ଭିତ୍ତିକ ଇଞ୍ଜିନିୟର ହେଉଛନ୍ତି ମଧ୍ୟପ୍ରଦେଶ ପୋଲିସ ହାଉସିଂ କର୍ପୋରେସନର ସହକାରୀ ଯନ୍ତ୍ରୀ ଦାୟିତ୍ୱରେ ଥିବା ହେମା ମିନା । ୨୦ହଜାର ବର୍ଗ ଫୁଟରେ ଠିଆ ହୋଇଛି ଇଞ୍ଜିନିୟର ହେମାଙ୍କ ବଙ୍ଗଳା ।

ପୋଲିସ ଟିମ୍ ଚଢଉ ବେଳେ ତାଙ୍କ ଘରେ ୩୦ଲକ୍ଷ ଟଙ୍କାର ଗୋଟିଏ ଟିଭି, ବିଭିନ୍ନ ପ୍ରଜାତିର ୫୦ ବିଦେଶୀ କୁକୁର, ଉନ୍ନତ ପ୍ରଜାତିର ୭୦ଟି ଗାଈ, ୧୦ଟି ଲକଜୁରିୟସ କାର ଦେଖି ଚକିତ ହୋେଇଯାଇଥିଲେ । ଖାଲି ସେତିକି ନୁହେଁ, ମୂଲ୍ୟବାନ ଆସବାବପତ୍ର ମଧ୍ୟ ଇଞ୍ଜିନିୟର ହେମା ଘରେ ସାଇଥି ରଖିଥିଲେ । ସବୁ ସାମଗ୍ରୀ ଜବତ ହୋଇଛି । ମାସିକ ୩୦ହଜାର ଟଙ୍କା ଦରମାର ଏହା କିପରି ସମ୍ଭବ ବୋଲି ତଦନ୍ତକାରୀ ଟିମର ସଦସ୍ୟମାନେ ପରସ୍ପରକୁ ପଚାରିଥିଲେ ।

ହେମା ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ପାଇବା ପରେ ଲୋକାୟୁକ୍ତଙ୍କ ନିଦେ୍ର୍ଦଶରେ ଚଢାଉ ହୋଇଥିଲା । ଡିଏସପି ସଞ୍ଜୟ ଶୁକ୍ଲାଙ୍କ ନେତୃତ୍ୱରେ ଏହି ଚଢଉ ହୋଇଥିଲା । ସାଦା ପୋଷାକରେ ୫୦ଜଣ ପୋଲିସ କର୍ମଚାରୀ ଚଢଉ କରିବା ପାଇଁ ହେମାଙ୍କ ବଙ୍ଗଳା ଆଗରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ନିୟୋଜିତ ଘରୋଇ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଭିତରକୁ ଛାଡ଼ିନଥିଲେ ।

ଡିଏସପି ସଞ୍ଜୟ ଶୁକ୍ଲା ପରିଚୟ ଗୋପନ ରଖି ପ୍ରାଣୀ ସମ୍ପଦ ବିଭାଗରୁ ଆସିଥିବା କହିବା ପରେ ସୁରକ୍ଷା କର୍ମୀମାନେ ସମସ୍ତଙ୍କୁ ଛାଡି ଦେଇଥିଲେ । ୪୦ ପ୍ରକୋଷ୍ଠ ବିଶିଷ୍ଠ ବଙ୍ଗଳାର ଗୋଟିଏ ଘରେ ହେମାଙ୍କୁ ଦେଖି ତଦନ୍ତକାରୀ ଟିମ୍ ତାଙ୍କୁ ଅଟକ ରଖି ତାଙ୍କ ମୋବାଇଲ ଫୋନ୍, କର୍ମଚାରୀଙ୍କ ସହ କଥା ହେଉଥିବା ୱାକିଟକି ଜବତ କରିଥିଲେ । ପରେ ଆରମ୍ଭ ହୋଇଥିଲା ଖାନତଲାସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’