Before Header

ମହିଳା ସରପଞ୍ଚଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ

0 1,151

ସାଲେପୁର (ବଡ଼ ଖବର ବ୍ୟୁରୋ): ସରକାରୀ କାର୍ଯ୍ୟକ୍ରମରେ ମହିଳା ସରପଞ୍ଚଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଟାଙ୍ଗି ସାଲେପୁର ନିର୍ବାଚନୀ ମଣ୍ଡଳୀର ସାଲେପୁର ବ୍ଲକ ଅଧିନସ୍ଥ ଚନ୍ଦ୍ରାଦେଇପୁର ପଞ୍ଚାୟତରେ । ଚନ୍ଦ୍ରାଦେଇପୁର ପଞ୍ଚାୟତର ନୂତନ ବସ ଷ୍ଟାଣ୍ଡ ଶିଳାନ୍ୟାସ ଉତ୍ସବରେଏହି ଅଭାବନୀୟ ଘଟଣା ଘଟିଛି ।

ଶିଳାନ୍ୟାସ ଫଳକରେ ସ୍ଥାନୀୟ ସରପଞ୍ଚ ରଶ୍ମିତା ଦାସଙ୍କ ନାମ ନଥିବାରୁ ସରପଞ୍ଚ ରଶ୍ମିତା ଦାସ ବିଧାୟକଙ୍କ ସମ୍ମୁଖରେ ଆପତ୍ତି ଉଠାଇଥିଲେ । ଯାହାକୁ ନେଇ ବିଜେଡି କର୍ମୀଙ୍କ ଦ୍ୱାରା ଆକ୍ରୋଶର ଶିକାର ହୋଇଥିଲେ । ଏବେ ନ୍ୟାୟ ପାଇଁ ସରପଞ୍ଚ ଏ ସମ୍ବନ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.