Masthead

କର୍ମବୀର ରାଜ୍ୟପାଳଙ୍କୁ ସଲାମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଥା ଦେଇଥିଲେ ଜୀବନ ସାରା ସାଥୀ ହୋଇ ରହିବେ । ମାତ୍ର ଅଧା ରାସ୍ତାରୁ ହାତ ଛାଡ଼ିଦେଇ ଆରପାରିକୁ ଚାଲିଗଲେ ପତ୍ନୀ । ଭରିଦେଲେ ଆଖିରେ ଲୁହ ଆଉ ହୃଦୟରେ କୋହ । ତଥାପି କର୍ତ୍ତବ୍ୟ ଆଗରେ ଆତ୍ମସ୍ୱଜନଙ୍କ ବିୟୋଗ ତୁଚ୍ଛ ମଣିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ ।


କଥାରେ ଅଛି ମଣିଷ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ । କର୍ମେ ଜିଏଁ ନର କର୍ମ ଏକତାର ଜୀବନର ମାନଦଣ୍ଡ । ଏକଥାକୁ ଜୀବନରେ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ମୃତ୍ୟୁ ଶଯ୍ୟାରେ ପତ୍ନୀ ଶୁଶିଳା ଦେବୀ । ଅନ୍ତେଷ୍ଟି ପାଇଁ ଚାଲିଛି ପ୍ରସ୍ତୁତି । ଆତ୍ମୀୟ ସ୍ୱଜନଙ୍କ କାନ୍ଦ ବୋବାଳିରେ ଫାଟି ପଡୁଥିଲା ରାଜଭବନ । ଛୁଟିଥିଲା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମବେଦନାର ସୁଅ । ଭାଙ୍ଗି ପଡିଥିଲେ ରାଜ୍ୟପାଳ । ଆଖିରୁ ବୋହୁଥିଲା ଧାର ଧାର ଲୁହ । ତଥାପି କର୍ତ୍ତବ୍ୟକୁ ସେ ଭୁଲି ନଥିଲେ । ଅଧସ୍ତନ କର୍ମଚାରୀମାନଙ୍କ ସହ ଦୈନନ୍ଦିନ କାର୍ଯ୍ୟ ସମ୍ପର୍କରେ କରୁଥିଲେ ଆଲୋଚନା । ଏହି ଆଲୋଚନା ବ୍ୟକ୍ତି କୈନ୍ଦ୍ରିକ ନ ଥିଲା । ରାଜ୍ୟବାସୀଙ୍କ ସମୂହ ସ୍ୱାର୍ଥ ନେଇ କରିଥିଲେ ଚର୍ଚ୍ଚା ।


ପତ୍ନୀଙ୍କ ବିୟୋଗ ଜନିତ ଦୁଃଖରେ ମ୍ରିୟମାଣ ନ ହୋଇ ରାଜ୍ୟପାଳ ଯାଇଥିଲେ ତାଙ୍କ ଅଫିସକୁ । ଓଡ଼ିଶାର ୬ ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା କୁଳପତି ପଦବୀ ପୂରଣ ପାଇଁ ରାଜ୍ୟ ସରକାର ପଠାଇଥିବା ପ୍ରସ୍ତାବକୁ ଦେଇଥିଲେ ମଞ୍ଜୁରୀ । ଫାଇଲରେ କରିଥିଲେ ଦସ୍ତଖତ । ପ୍ରମାଣ କରିଥିଲେ କର୍ତ୍ତବ୍ୟ ହିଁ ସବୁଠାରୁ ଶ୍ରେଷ୍ଠ ।


କର୍ମବୀର ରାଜ୍ୟପାଳଙ୍କୁ ‘ବଡ଼ ଖବର’ ଜଣାଉଛି ଗଭୀର ସମବେଦନା । ଏହି କର୍ମବୀର ହିଁ ବଡ଼ ଖବରକୁ ଦେଇଥିଲେ ଆଶୀର୍ବାଦ । ଆଗକୁ ବଢ଼ିବା ପାଇଁ ତାଙ୍କ ପ୍ରେରଣା ଓ ଉତ୍ସାହକୁ ‘ବଡ଼ ଖବର’ ପାଥେୟ ନିଶ୍ଚୟ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ