Masthead

ଆଇନକୁ ହାତକୁ ନେଲେ ଗ୍ରାମବାସୀ

ବସ୍ତା (ବଡ଼ ଖବର ବ୍ୟୁରୋ):ଆଇନକୁ ହାତକୁ ନେଲେ ଲୋକେ । ଛେଳି ଚୋରକୁ ନିର୍ଧୁମ ଛେଚିଲେ । ସେତିକିରେ ମନ ଶାନ୍ତ ହେଲାନି । ବେକରେ ଜୋତାମାଳ ପିନ୍ଧାଇ ଗାଁ ଦାଣ୍ତରେ ବୁଲାଇଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ସାନଖୁଡି ଗ୍ରାମର କରୁଣାକର ଦାସ ସେହି ଗ୍ରାମର ବଂଶୀଧର ଦାସଙ୍କ ଘରୁ ଏକ ଛେଳି ଚୋରି କରିଥିଲେ । କୌଣସି ସୂତ୍ରରୁ ଖବର ପାଇ ବଂଶୀଧର ଏବଂ ତାଙ୍କ ପୁଅ ବାପି କରୁଣାକରଙ୍କୁ କାବୁ କରିଥିଲେ । ପରେ ବସିଥିଲା ଗାଁ ଲୋକଙ୍କ ବୈଠକ । କରୁଣାକର ଛେଳି ଚୋରି କରିଥିବା ସ୍ପଷ୍ଟ ହେବା ପରେ ଗ୍ରାମର ମହିଳାମାନେ ଏକଜୁଟ ହୋଇଥିଲେ । କରୁଣାକରଙ୍କୁ ନିର୍ଧୁମ ଛେଚିବା ସହ ବେକରେ ଜୋତା ମାଳ ପକାଇ ଗାଁ ଦାଣ୍ତରେ ବୁଲାଇଥିଲେ । ପରେ କରୁଣାକରଙ୍କୁ ପୋଲିସ ଜିମା ଦେଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା