Before Header

ଟିକେଟ୍ ଫେରାଇ ନେବାପରେ କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ ପ୍ରଧାନ

0 1,044

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ ପ୍ରଧାନ । ଦୁଲାଲଙ୍କ ଠାରୁ କଂଗ୍ରେସ ଟିକେଟ୍ ଫେରାଇ ନେବା ପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି । ଦୁଲାଲ ତାଙ୍କର ଇସ୍ତଫାପତ୍ରକୁ ଏଆଇସିସି ସଭାପତି ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କ ନିକଟକୁ ପଠାଇଛନ୍ତି। ସମ୍ବଲପୁର ଲୋକସଭା ପାଇଁ ପ୍ରଥମେ ଦୁଲାଲ ପ୍ରଧାନଙ୍କୁ ଟିକେଟ୍ ଦେଇଥିଲା କଂଗ୍ରେସ । ହେଲେ ଗତକାଲି କଂଗ୍ରେସ ଜାରି କରିଥିବା ଟିକେଟ୍ ତାଲିକାରେ ଦୁଲାଲଙ୍କ ବଦଳରେ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି । ନଗେନ୍ଦ୍ର ପ୍ରଧାନ ସମ୍ବଲପୁର କଂଗ୍ରେସ ଲୋକସଭା ପ୍ରାର୍ଥୀ ହେବା ପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଛନ୍ତି ଦୁଲାଲ ପ୍ରଧାନ ।

Leave A Reply

Your email address will not be published.