Masthead

ମ୍ୟାଜିକ୍‌ ନମ୍ବର ଡେଇଁଲା ବିଜେପି, ଅରୁଣାଚଳରେ ପୁଣି ବିଜେପି ସରକାର

ଅରୁଣାଚଳପ୍ରଦେଶ (ବଡ଼ ଖବର ବ୍ୟୁରୋ): ଅରୁଣାଚଳ ପ୍ରଦେଶରେ ପୁଣି ସରକାର ଗଢିବ ବିଜେପି । ଆଜି ଏହି ରାଜ୍ୟର ନିର୍ବାଚନ ଫଳାଫଳ ସାମ୍ନାକୁ ଆସୁଥିବାବେଳେ, ରାଜ୍ୟର ୬୦ ବିଧାନସଭା ଆସନରୁ ୩୧ଟି ଆସନରେ ବିଜୟ ଲାଭ କରି ବହୁମତ ହାସଲ କରିଛି ବିଜେପି । ତେବେ ବର୍ତ୍ତମାନ ସୁଦ୍ଧା ଦଳ ୩୧ଟି ଆସନରେ ବିଜୟ ଲାଭ କରିବା ସହିତ ୧୪ଟି ଆସନରେ ଆଗୁଆ ରହିଛି । ଗଣତି ପ୍ରକ୍ରିୟା ଚାଲୁଥିବାରୁ ସିଟ୍ ସଂଖ୍ୟା ବୃଦ୍ଧି ପାଇ ପାରେ ବୋଲି ଅନୁମାନ କରାଯାଉଛି । ହେଲେ ୩୧ ସିଟ୍ ବିଜୟ ସହିତ ଅରୁଣାଚଳ ପ୍ରଦେଶରେ ବିଜେପି ପୁଣିଥରେ ସରକାର ଗଢିବାକୁ ଯାଉଥିବା ସ୍ପଷ୍ଟ ହେଇଛି ।

ଏହା ବ୍ୟତୀତ ଏନପିପି ୪ଟି ସିଟ୍ ଜିତିଛି ଏବଂ ୨ଟିରେ ଆଗରେ ଅଛି। ରାଜ୍ୟରେ ବିଧାନସଭାରେ ମ୍ୟାଜିକ ନମ୍ବର ୩୧ ହୋଇଥିବାବେଳେ ବିଜେପି ଏହାକୁ ଟପି ଯାଇ ୩୯ ଆସନ ନିଜ ଦଖଲକୁ ନେଇଛି। ଅର୍ଥାତ୍ ବିଜେପି ନେତୃତ୍ୱାଧିନ ପେମା ଖାଣ୍ଡୁଙ୍କ ଦଳ ପୁଣି ସରକାର ଗଢିବାକୁ ଯାଉଛି। ଯାହାକୁ ନେଇ ରାଜ୍ୟର ବିଜେପି ଶିବିର ଉତ୍ସବ ମୁଖର ହୋଇ ଉଠିଛି। ଘୋଷଣା ପୂର୍ବରୁ ବିଜେପି କର୍ମୀ ଓ ନେତାମାନେ ବାଜା ବଜାଇ ବାଣ ଫୁଟାଇ ସେଲିବ୍ରେଶନ କରିଛନ୍ତି। ପରସ୍ପରକୁ ମିଠା ବାଣ୍ଟିଛନ୍ତି। ଆଜି ସକାଳୁ ଅରୁଣାଚଳରେ ମତ ଗଣନା ଜାରି ରହିଥିବାବେଳେ ବିଜେପି ଆଗରେ ଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ