Masthead

ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଧାନ କିଣା ସମସ୍ୟା ସମାଧାନ ଦାବିରେ ସମ୍ବଲପୁର ବନ୍ଦ। ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମସ୍ତ ସରକାରୀ ଓ ବେସରକାରୀ ଅଫିସ, ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ ରହିଛି। କୃଷକ ସଙ୍ଗଠନର କର୍ମୀମାନେ ପିକେଟିଂ କରୁଛନ୍ତି। ବନ୍ଦକୁ ସମର୍ଥନ ପାଇଁ ଗତକାଲି ବାଇକ୍ ରାଲି କରାଯାଇଥିଲା। ସଙ୍ଗଠନ ସଭାପତି ବ୍ୟୋମକେଶ ଠାକୁରଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ୯୦% ଦ୍ୱିତୀୟ ପର୍ଯ୍ୟାୟ ଟୋକନ୍ ମିଳିଛି ।

ଜିଲ୍ଲାର ୧୮୦୦ ଚାଷୀ ଏଯାଏଁ ଜମାରୁ ଟୋକନ୍ ପାଇନାହାନ୍ତି । ସମବାୟ ବିଭାଗ ଇ-କେୱାଇସି, ବ୍ୟାଙ୍କ ଲିଂକେଜ ଭଳି କାରଣ ଯୋଗୁଁ ସମସ୍ୟା ସୃଷ୍ଟି ହୋଇଛି ବୋଲି କହୁଛି । ପୁଣି ଭିଟିଏସ୍ (ଭେଇକିଲ୍ ଟ୍ରାକିଂ ସିଷ୍ଟମ) କାର୍ଯ୍ୟକାରୀ ଉପରେ ଗୁରୁତ୍ୱାରୋପ କରାଯାଉଛି । ବରେଇପାଲି ବୈଠକରେ ସଙ୍ଗଠନ ଏହାକୁ ପୂର୍ବରୁ ବିରୋଧ କରିବାରୁ ତାହା ବନ୍ଦ ଥିଲା । ବର୍ତ୍ତମାନ ପୁଣି ଏହାକୁ କାର୍ଯ୍ୟକାରୀ କରାଯାଉଛି । ଫଳରେ ଧାନ ପରିବହନ ବାବଦ ପ୍ରାପ୍ୟରୁ ଚାଷୀ ବଞ୍ଚିତ ହେବ । ଉପରୋକ୍ତ ସମସ୍ତ ସମସ୍ୟା ସମାଧାନ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଳବୈଶାଖୀ ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଯୁଦ୍ଧ ଶେଷ କରିବେ କି ଟ୍ରମ୍ପ? 🔴 କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌ 🔴 ୨୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସତର୍କତା 🔴 ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଶାଶୁକୁ ହାଣିଲା ବୋହୂ 🔴 ଇରାନର ଇସଫାହାନ୍ ସହରରେ ବଡ଼ ବିସ୍ଫୋରଣ 🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି 🔴 କାଳବୈଶାଖୀ ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଯୁଦ୍ଧ ଶେଷ କରିବେ କି ଟ୍ରମ୍ପ? 🔴 କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌ 🔴 ୨୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସତର୍କତା 🔴 ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଶାଶୁକୁ ହାଣିଲା ବୋହୂ 🔴 ଇରାନର ଇସଫାହାନ୍ ସହରରେ ବଡ଼ ବିସ୍ଫୋରଣ 🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି