Masthead

ରାଜସ୍ଥାନରେ ଭଜନ ଲାଲଙ୍କ ରାଜ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ରାଜସ୍ଥାନରେ ବିଜେପି ଖେଳିଛି ସରପ୍ରାଇଜ କାର୍ଡ । ଯେମିତି ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ହୋଇଥିଲା । ସବୁ ଚର୍ଚ୍ଚିତ ନାଁ କୁ ଆଡେଇ ଦେଇ ଭଜନ ଲାଲଙ୍କ ମଥାରେ ରାଜସ୍ଥାନର ରାଜତିଳକ କରିଛି ବିଜେପି । ଏହା ସହିତ ଛତିଶଗଡ଼ ଓ ମଧ୍ୟପ୍ରଦେଶର ଆଉ ଗୋଟିଏ ଦୃଶ୍ୟ ମଧ୍ୟ ପୁନଃରାବୃତ୍ତି ହୋଇଛି । ଯେଉଁମାନେ ଆଶାୟୀ ସେହିମାନେ ସାଜିଛନ୍ତି ପ୍ରସ୍ତାବକ । ଛତିଶଗଡ଼ରେ ବିଷ୍ଣୁଦେଓ ସାଏଙ୍କ ପାଇଁ ରମଣ ସିଂ ଓ ମଧ୍ୟପ୍ରଦେଶରେ ମୋହନ ଯାଦବଙ୍କ ପାଇଁ ଶିବରାଜ ସିଂ ଚୌହାନଙ୍କୁ ପ୍ରସ୍ତାବକ ଦାୟିତ୍ୱ ଦିଆଯାଇଥିଲା । ସେହିଭଳି ରାଜସ୍ଥାନରେ ତୀବ୍ର ଆଶାୟୀ ବସୁନ୍ଧରା ରାଜେ ସିିନ୍ଧିଆଙ୍କୁ ଭଜନଲାଲଙ୍କ ପାଇଁ ପ୍ରସ୍ତାବକ ହେବାକୁ ପଡିଲା ।

ଛତିଶଗଡ଼ରେ ବିଜେପି ଆଦିବାସୀ ସମ୍ପ୍ରଦାୟରୁ ମୁଖ୍ୟମନ୍ତ୍ରୀ ବାଛିଥିବା ବେଳେ ମଧ୍ୟପ୍ରଦେଶରେ ଓବିସି ସମ୍ପ୍ରଦାୟ ଓ ରାଜସ୍ଥାନରେ ବ୍ରାହ୍ମଣ ସମ୍ପ୍ରଦାୟର ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହେବେ । ଅନ୍ୟ ଦୁଇ ରାଜ୍ୟ ଭଳି ଏଠି ମଧ୍ୟ ଉପମୁଖ୍ୟମନ୍ତ୍ରୀର ର୍ଫମୁଲା ରଖାଯାଇଛି । ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବିଷ୍ଣୁଦେଓ ସାଏ ସରପଂଚରୁ ସିଏମ ଯାଏଁ ପହଞ୍ଚି ପାରିଛନ୍ତି । ସେହିଭଳି ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଭଜନଲାଲ ଶର୍ମା ମାତ୍ର ଥରଟିଏ ବିଧାୟକ ହୋଇଛନ୍ତି । ଏହି ତିନି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ନାଁ ସହିତ ବିଜେପିରେ ନୂଆ ଯୁଗର ରାଜନୀତି ଆଉ ଟିକିଏ ଆଗକୁ ବଢିଛି । ଗୁଜୁରାଟ, ଆସାମ, ତ୍ରିପୁରା ହରିୟାଣା ଭଳି ଛତିଶଗଡ଼ , ମଧ୍ୟପ୍ରଦେଶ, ରାଜସ୍ଥାନରେ ପୁରୁଣା ନାଁ କୁ ଭରସା ନ କରି ନୂଆ ମୁହଁକୁ ନେତୃତ୍ୱ ଦେଇଛି ବିଜେପି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ