Masthead

ସମ୍ବଲପୁର ହିଂସାକାଣ୍ଡର ପ୍ରତିବାଦ, ବିଶ୍ୱ ହିନ୍ଦୁ ପରିଷଦର ୧୨ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସମ୍ବଲପୁର ହିଂସାକାଣ୍ଡ ପ୍ରତିବାଦରେ ବନ୍ଦ ଡାକରା । ୧୪ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ । ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ଦୋକାନ ବଜାର ବନ୍ଦ ରଖିବା ସହ ଚକ-ଅଖ ବନ୍ଦ ରଖିବାକୁ ବି ଆହ୍ୱାନ ଦିଆଯାଇଛି। ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସମେତ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଏହି ବନ୍ଦ ରହିଛି । ଆନ୍ଦୋଳନକାରୀ ମାନେ ବଲାଙ୍ଗୀର ମୁଖ୍ୟ ଡାକଘରେ ତାଲା ପକାଇଦେଇଛନ୍ତି । ସକାଳୁ ସକାଳୁ ପିକେଟିଂ କରିବା ସହ ବଲାଙ୍ଗୀର ସହରରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ସେହିପରି ଭବାନୀପାଟଣାରେ ଅଖ-ଚକ ବନ୍ଦ ରହିଛି । ଦେବଗଡରେ ମଧ୍ୟ ବନ୍ଦର ପ୍ରଭାବ ପଡିଛି । ଆନ୍ଦୋଳନକାରୀ ମାନେ ପିକେଟିଂ କରିବାରୁ ଦୋକାନ ବଜାର ସହ ଗାଡି ଚଳାଚଳ ବନ୍ଦ ରହିଛି ।

ବଣାଇ-ରାଜାମୁଣ୍ଡା ବାଇପାସ୍ ରାସ୍ତା ଅବରୋଧ ହେବାରୁ ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଛି । ସୁନ୍ଦରଗଡର ୨ଟି ସ୍ଥାନରେ ବିଜୁ ଏକ୍ସପ୍ରେସ ୱେ ଆନ୍ଦୋଳନକାରୀମାନେ ଅବରୋଧ କରିବାରୁ ଯାନବାହାନ ଚଳାଚଳ ଠପ ହୋଇଛି । ସମ୍ବଲପୁରରେ କର୍ଫ୍ୟୁ କୋହଳ ସତ୍ତ୍ୱେ ବନ୍ଦର ପ୍ରଭାବ ପଡିଛି ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରହିଛି । ବିଶ୍ୱ ହିନ୍ଦୁ ପରିଷଦର ଏହି ବନ୍ଦ ଡକରାକୁ ସମର୍ଥନ ଜଣାଇଛି ବିଜେପି । ସେପଟେ ଏହାର ପ୍ରତିକ୍ରିୟା ରଖିଛି ବିଜେଡି । ବିଜେପି ହିଂସାକୁ ଉସକାଇବାକୁ ରଣନୀତି କରୁଛି ବୋଲି ବିଜେଡି କହିଛି । ସମ୍ବଲପୁରରେ ଶାନ୍ତି ଫେରୁଥିବାବେଳେ ଏଭଳି ରାଜନୀତି ଦୁର୍ଭାଗ୍ୟଜନକ । ଛାତ୍ରଛାତ୍ରୀ ଯେତେବେଳେ ପରୀକ୍ଷା ଦେଉଛନ୍ତି, ସେ ସମୟରେ ବନ୍ଦ ଡାକରା ଦେଇ ସେମାନଙ୍କୁ ହଇରାଣ କରିବାକୁ ଉଦ୍ୟମ କରାଯାଉଛି । ସେପଟେ ଆଜି ସାରା ରାଜ୍ୟରେ ବିଜେଡି ଶାନ୍ତି ଶୋଭାଯାତ୍ରା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା