Masthead

ଫ୍ଲାଏ ଓଭର ନିର୍ମାଣ ନେଇ ନୀତିନ ଗଡ଼କରୀଙ୍କୁ ଭେଟିଲେ ସମ୍ବିତ ପାତ୍ର ଓ ଜୟନ୍ତ ଷଡ଼ଙ୍ଗୀ

ପୁରୀ(ବଡ଼ ଖବର ବ୍ୟୁରୋ): ସିଦ୍ଧ ମହାବୀର ଫ୍ଲାଏ ଓଭର ନିର୍ମାଣ ନେଇ ନୀତିନ ଗଡ଼କରୀଙ୍କୁ ଭେଟିଲେ ସମ୍ବିତ ପାତ୍ର ଓ ଜୟନ୍ତ ଷଡ଼ଙ୍ଗୀ ।ବହୁ ଦିନରୁ ପୁରୀ କୋଣାର୍କ ଜାତୀୟ ରାଜପଥରେ ସିଦ୍ଧ ମହାବୀର ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି ହୋଇଆସୁଛି । ପୁରୀ କୋଣାର୍କ ଜାତୀୟ ରାଜପଥରେ ଏହି ଫ୍ଲାଏ ଓଭର ନିର୍ମାଣ ହେଲେ ହଜାର ହଜାର ଲୋକ ପ୍ରତିଦିନ ଉପକୃତ ହୋଇପାରିବେ ଏବଂ ସୁବିଧାରେ ଜାତାୟତ କରିପାରିବେ । ରେଳଧାରଣା ଉପରେ ଫ୍ଲାଏ ଓଭର ବ୍ରିଜ୍ ନହେବାରୁ ଘଂଟା ଘଂଟା ଧରି ଯାତ୍ରୀମାନଙ୍କ ସମୟ ନଷ୍ଟ ହେଉଛି । ସିଦ୍ଧମହାବୀର ଫ୍ଲାଏ ଓଭର ବ୍ରିଜ ନିର୍ମାଣ ନେଇ ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ପୁରୀ ବିଧାନସଭା ସଦସ୍ୟ ଜୟନ୍ତ ଷଡ଼ଙ୍ଗୀ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଆଲୋଚନା କରିଛନ୍ତି ।

ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ହେବାନେଇ ପ୍ରକଳ୍ପକୁ ତ୍ୱାରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀ ପାତ୍ର ଏବଂ ଶ୍ରୀ ଷଡ଼ଙ୍ଗୀ ସିଦ୍ଧ ମହାବୀର ଫ୍ଲାଏ ଓଭରବ୍ରିଜ ପୁରୀବାସୀଙ୍କ ବହୁଦିନର ଦାବି ଥିବା କହିଛନ୍ତି । ଏବଂ ଏହି ଦାବି ଆଉ କିଛି ଦିନ ମଧ୍ୟରେ ପୂରଣ ହେବ । କେବଳ ପୁରୀବାସୀ ନୁହଁନ୍ତି ସମସ୍ତ ପର୍ୟ୍ୟଟକ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ହେଲେ ଏହାର ସୁବିଧା ପାଇପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା