Masthead

ଟିକାକରଣ ପାଇଁ ଓଡ଼ିଶା ପ୍ରସ୍ତୁତ, ଆଉ ୨ମାସ ସତର୍କ ରହିବାକୁ ନବୀନଙ୍କ ନିବେଦନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା କଟକଣା ପାଇଁ ବନ୍ଧଥିବା ଧର୍ମାନୁଷ୍ଠାନ,ଦୋକାନ,ବଜାର ଆଦି ସ୍ୱାଭାବିକ ହୋଇଗଲାଣି । ଖୁବ୍‌ ଶୀଘ୍ର ଶିକ୍ଷାନୁଷ୍ଠାନ ଖୋଲିବାକୁ ନିସ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେଣୁ ଆଉ ୨ମାସ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ଆଜି ରାଜ୍ୟରେ କୋଭିଡ ସ୍ଥିତି ଓ ଟିକାକରଣ ସଂପର୍କରେ ସମୀକ୍ଷାକରି ମୁଖ୍ୟମନ୍ତ୍ରୀ କହିଛନ୍ତି ଇଂଲଣ୍ଡ ତଥା ଇଉରୋପରେ କୋଭିଡର ଦ୍ୱିତୀୟ ପର୍ୟ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି ଏବଂ କେତେକ ଦେଶରେ ଲକ୍‌ଡାଉନ ମଧ୍ୟ ପୁଣି ଲାଗୁ କରାଗଲାଣି । ତେଣୁ ଆମକୁ ଅଧିକ ସତର୍କତାର ସହ କୋଭିଡ ଗାଇଡଲାଇନ ପାଳନ କରି ଚଳିବାକୁ ପଡିବ ।

ସେ ଆହୁରି ମଧ୍ୟ କହିଛନ୍ତି କୋଭିଡ ଟିକା ଲୋକଙ୍କ ଭିତରେ ବିପୁଳ ଆଶା ସଂଚାର କରିଛି। ଏହି ଟିକା ଉତ୍ପାଦନରେ ଭାରତ ପୃଥିବୀର ଆଗୁଆ ଦେଶ । ଟିକାକରଣ ପାଇଁ ଓଡ଼ିଶା ସଂପୂର୍ଣ୍ଣ ପ୍ରସ୍ତୁତ ତେଣୁ ଟିକା ସମ୍ପର୍କରେ ଲୋକଙ୍କ ଭିତରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱ ଦିଆଯିବ । ଟିକାକରଣ ଚଳିତ ବର୍ଷର ସବୁଠାରୁ ବଡ଼ କାର୍ୟ୍ୟକ୍ରମ ହେବ। ତେଣୁ ଏହାକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।

ଅନ୍ୟପକ୍ଷରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ କୋଭିଡ ନିୟନ୍ତ୍ରଣରେ ରାଜ୍ୟ ବର୍ତ୍ତମାନ ଭଲ ସ୍ଥିତିରେ ଅଛି। ଜୀବନଜୀବିକା କାର୍ୟ୍ୟକ୍ରମକୁ ଅଧିକ ତ୍ୱରାନ୍ୱୀତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦିଆଯାଇଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ