Masthead

ବାଲୁକା କଳା ମାଧ୍ୟମରେ ସଚେତନତା

ବରଗଡ଼, (ବଡ଼ ଖବର ବ୍ୟୁରୋ): ପ୍ରତିଭା ଅଛି ହେଲେ ଲୋକଲୋଚନକୁ ଆସିପାରୁନାହିଁ। ଏଥିରେ ବାଧକ ସାଜିଛି ପାରିବାରିକ ଆର୍ଥିକ ଦୁର୍ବଳତା। ଆର୍ଥିକ ଦୁର୍ବଳତା ପାଇଁ ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛନ୍ତି ବଣମଲ୍ଲି ପରି ଚହଟୁଥିବା ବରଗଡ଼ ଜିଲ୍ଲା ଭେଡେନ ତଳିପଡ଼ାର ପ୍ରତିଭାବାନ ଯୁବଶିଳ୍ପୀ କାର୍ତ୍ତିକ ନାୟକ। ବାପା ଘାସିରାମ ନାୟକ ଓ ମା’ ସନ୍ତୋଷିନୀ ନାୟକଙ୍କ ତିନି ପୁଅ ଝିଅଙ୍କ ମଧ୍ୟରୁ କାର୍ତ୍ତିକ ହେଉଛନ୍ତି ମଝିଆଁ। ପାଠ ପଢ଼ିବାକୁ ବହୁତ ଇଚ୍ଛା ଥିଲା ତାଙ୍କର । ମାତ୍ର ଯୁକ୍ତଦୁଇ ପର୍ୟ୍ୟନ୍ତ ପଢ଼ି ପାରିଥିଲେ କାର୍ତ୍ତିକ। ସେ ଅଧିକ ପଢ଼ି ନ ପାରି ବାପାଙ୍କୁ ଚାଷକାମରେ ସାହାଯ୍ୟ କରୁଛନ୍ତି।

ପିଲାଟି ଦିନରୁ ତାଙ୍କ ଇଚ୍ଛା ଥିଲା, ସେ ଜଣେ ଭଲ ଶିଳ୍ପୀ ହେବେ। କର୍ମ ବ୍ୟସ୍ତତା ମଧ୍ୟରେ ସମୟ ପାଇଲେ ହାତରେ କୋଦାଳ, ପାତିଆ ଓ ସ୍ପ୍ରେୟାର ଧରି ବାହାରି ଯାଆନ୍ତି ଭେଡେନ ଗ୍ରାମ ନିକଟରେ ବହିଯାଉଥିବା ଦନ୍ତା ନଦୀ କୂଳକୁ । ନଦୀ ବାଲିରେ ତିଆରି କରନ୍ତି ଭଳି କି ଭଳି ବାଲୁକା ଚିତ୍ର। ବାଲୁକା କଳା ମାଧ୍ୟମରେ ବଳିପ୍ରଥା ବିରୋଧରେ ଦେଉଛନ୍ତି ସଚେତନତାର ବାର୍ତ୍ତା। ଚଳିତ ଦଶହରା ଅବସରରେ ମଧ୍ୟ ସେ ନିଜ କଳା ମାଧ୍ୟମରେ ଜନସାଧାରଣଙ୍କୁ ମା’ ସମଲେଶ୍ୱରୀ, ମା’ ଦୁର୍ଗାଙ୍କ ପ୍ରତିଛବି ସହ ପଶୁବଳି ନିଷେଧ, ପଶୁପକ୍ଷୀମାନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ପ୍ରଭୃତିକୁ ନିଜ କଳା ମାଧ୍ୟମରେ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ। ଏତିକି ନୁହେଁ, ହାତ ଧୋଇବା, ମୁହଁରେ ମାସ୍କ ବାନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଆଦି ବାର୍ତ୍ତା ନେଇ ବାଲୁକା କଳା ମାଧ୍ୟମରେ ସଚେତନ କରୁଛନ୍ତି କାର୍ତ୍ତିକ। ବରଗଡ଼ ଜିଲ୍ଲାର ଭେଡେନ ପରି ଏକ ଉପାନ୍ତ ଅଞ୍ଚଳର ବାଲୁକା ଶିଳ୍ପୀ କାର୍ତ୍ତିକଙ୍କ କଳା ତଥା ସଚେତନତା ବାର୍ତ୍ତାକୁ ଖୁବ ପ୍ରଶଂସା କରିଛନ୍ତି ଜନସାଧାରଣ। କେବଳ ବାଲିରେ ନୁହେଁ ସେ ମାଟି, ପରିତ୍ୟକ୍ତ କାଗଜ ଓ ବାଉଁଶ ଆଦିରେ ମଧ୍ୟ ଭଲ କଳାକୃତି ତିଆରି କରିପାରନ୍ତି। ଏପରିକି ଖୁବ ସୁନ୍ଦର ପଟ୍ଟଚିତ୍ର ମଧ୍ୟ ତିଆରି କରିପାରନ୍ତି କାର୍ତ୍ତିକ। ଏକାଗ୍ରତା, ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ କିଛି ନୂଆ କରି ଦେଖାଇବାର ରୁଚି ହିଁ କାର୍ତ୍ତିକଙ୍କ ପାଇଁ ଆଣିଦେଇଛି ସ୍ୱତନ୍ତ୍ର ପରିଚୟ। ସେ ଏପର୍ଯ୍ୟନ୍ତ କୌଣସି ପୁରସ୍କାର ପାଇ ନ ଥିଲେ ବି କୋଣାର୍କରେ ଅନୁଷ୍ଠିତ ଚନ୍ଦ୍ରଭାଗା ଉତ୍ସବରେ ବାଲୁକାକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।
ପ୍ରଶାସନର ସ୍ୱୀକୃତି ଓ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପ୍ରୋତ୍ସ।ହନ ମିଳିଲେ ନିଶ୍ଚିତ ସେ ଆଗକୁ ବଢ଼ିପାରିବେ ବୋଲି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ