ବାହାରିନରେ ପ୍ରବାସୀ ଓଡ଼ିଆ ପାଳିଲେ ଦୀପାବଳି

ମାନାମା (ବଡ଼ ଖବର) କିଙ୍ଗଡମ ଅଫ ବାହାରିନର ଓଡ଼ିଆ ସମାଜ ଅତି ଆନନ୍ଦ ଉଲ୍ଲାସର ସହିତ ପରିବେଶ ଅନୁକୂଳ ସବୁଜ ଦୀପାବଳି ପାଳନ କରିଛନ୍ତି। ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜଙ୍କ ମାନାମାସ୍ଥିତ ବାସଭବନରେ ବାହାରିନରେ କାର୍ଯ୍ୟରତ ଓଡ଼ିଆ ପରିବାର ଏକତ୍ର ହୋଇ ପାରମ୍ପରିକ ଢଙ୍ଗରେ ଏହି ଉତ୍ସବ ପାଳନ କରିଛନ୍ତି। ସମସ୍ତେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହିତ ପାରମ୍ପରିକ ଓଡ଼ିଆ ଖାଦ୍ୟର ଆନନ୍ଦ ନେଇଥିଲେ ।

ଉପସ୍ଥିତ ଶିଶୁ ଓ ମହିଳାମାନେ ପାରମ୍ପରିକ ଓଡ଼ିଆ ଗୀତ ଗାୟନ କରିବା ସହିତ ନୃତ୍ୟ ମଧ୍ୟ କରିଥିଲେ । ଭାରତ ସରକାରଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ସେମାନେ ବିଦେଶରେ ରହିଥିଲେ ମଧ୍ୟ ପରିବେଶ ଅନୁକୂଳ ବାଣ ଫୁଟାଇ ଥିଲେ। ଏହି ଅବସରରେ ବର୍ତ୍ତମାନ ବିଶ୍ୱର ଯୁଦ୍ଧ ଘନଘଟା ପରିସ୍ଥିତିରୁ ବିଶ୍ୱବାସୀଙ୍କୁ ରକ୍ଷା କରିବା ପାଇଁ ସମବେତ ପ୍ରାର୍ଥନା କରିଥିଲେ। ଶେଷରେ ଡ. ପ୍ରହରାଜ ସମବେତ ପ୍ରବାସୀ ଓଡ଼ିଆଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ କହିଥିଲେ ଯେ, ବିଦେଶରେ ରହିଥିଲେ ସୁଦ୍ଧା ପ୍ରତି କ୍ଷଣରେ ଆମେ ନିଜର ପରିବାର, ମାତୃଭୂମି ଓ ମାତୃଭାଷା ସହିତ ସମ୍ପର୍କରେ ରହିବା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!