Masthead

ଓଡ଼ିଶାର ଗର୍ବ ଡାକ୍ତର ସଞ୍ଜୀବ ମିଶ୍ର

ସମ୍ବଲପୁର, (ବଡ଼ ଖବର ବ୍ୟୁରୋ): ଓଡ଼ିଶା ପାଇଁ ଗୌରବ ଆଣିଲେ ବୁର୍ଲା ଭିମସାରର ବରିଷ୍ଠ ଆବାସିକ ଡାକ୍ତର ସଞ୍ଜୀବ କୁମାର ମିଶ୍ର । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ହୁ) ଇନଫୋଡ଼େମିକ ମ୍ୟାନେଜମେଣ୍ଟ କୋର୍ସ ପାଇଁ ସେ ମନୋନୀତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶ୍ୱରୁ ପ୍ରାୟ ୨୦୦ ଡାକ୍ତର ଅଂଶ ଗ୍ରହଣ କରିବେ । ସର୍ବଭାରତୀୟ ସ୍ତରରେ ‍୧୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଦେଶର ୧୨ ଜଣଙ୍କ ମଧ୍ୟରେ ରହିଛନ୍ତି ଭିମସାରର ଡାକ୍ତର ସଞ୍ଜୀବ । ଏହି ପାଠ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ଇନଫେଡ଼େମିକ ପରିଚାଳନା ସ୍କିଲ ସେକ୍ଟରର ଏକ ସ୍ପେକ୍ଟ୍ରମ ଏବଂ ଇନଫୋଡେମିକ ପ୍ରୟୋଗ କରିବା ପାଇଁ ଆବଶ୍ୟକ ସ୍କିଲ ଉପରେ ଧ୍ୟାନ ଦେବେ।

ଡାକ୍ତର ସଞ୍ଜିବ ଅକ୍ଟୋବର ୧୮ରେ ଏଥିପାଇଁ ଆବେଦନ କରିଥିଲେ । ୨୭ ତାରିଖରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସେ ଚୟନ ହୋଇଥିବା ହୁ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଟ୍ରେନିଂ କାର୍ଯ୍ୟକ୍ରମ ନଭେମ୍ବର ୩ ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ବର୍ତ୍ତମାନ ସମୟରେ ଭର୍ଚୁଆଲ ମାଧ୍ୟମରେ ହେବ ବୋଲି ଜଣାପଡିଛି । ତେଵେ ଡାକ୍ତର ସଞ୍ଜିବ ମିଶ୍ର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ବେଶ ଖୁସି ଅଛନ୍ତି । ଏହି ଟ୍ରେନିଂ କାର୍ଯ୍ୟକ୍ରମରେ ସାମିଲ ହୋଇ ବେଶ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ଡାକ୍ତର ସଞ୍ଜୀବ ମିଶ୍ର ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା