Masthead

ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟର ପାୱାର କରିଡ଼ରରେ ଘଡିକେ ଘୋଡା ଛୁଟିବାରେ ଲାଗିଛି । ଡିଜିପି ଚୟନକୁ ନେଇ ସସ୍ପେନ୍ସ ବଢିବାରେ ଲାଗିଛି । ୟୁପିଏସସି ବୋର୍ଡ ବୈଠକରୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର । ୧୯୯୦ ବ୍ୟାଚର ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ପୋଲିସ ମହାନିର୍ଦ୍ଦେଶକ ପଦ ଦୌଡରେ ଆଗରେ ଥିବା ବେଳେ ତାଙ୍କୁ ପଛକୁ ପକାଇବା ପାଇଁ ସାମ୍ନାକୁ ଆସିଲେଣି ଦୁଇ ବରିଷ୍ଠ ଆଇପିଏସ୍ । ଆଇପିଏସ୍ ସଞ୍ଜୀବ ପଣ୍ଡା ଏବଂ ଯଶୋବନ୍ତ ଜେଠୱାଙ୍କୁ ପଦୋନ୍ନତି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଡିଜିରୁ ଡିଜି ପାହ୍ୟାକୁ ଦୁହେଁଙ୍କୁ ମିଳିଲା ପ୍ରମୋସନ । ୧୯୯୪ ବ୍ୟାଚ୍ର ଏହି ଦୁଇ ଆଇପିଏସଙ୍କୁ ସରକାର ଦେଲେ ବଡ଼ ସୁଯୋଗ । ନକ୍ସଲ ବିରୋଧୀ ଅପରେସନର ଏଡିଜି ଭାବରେ କାର୍ଯ୍ୟ କରୁଛନ୍ତି ସଞ୍ଜୀବ ପଣ୍ଡା । ଯଶୋବନ୍ତ ଜେଠୱା ସମ୍ଭାଳୁଛନ୍ତି ଭିଜିଲାନ୍ସର ମଙ୍ଗ ।

ଭିଜିଲାନ୍ସର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି ଜେଠୱା । ଆଉ ଏହାରି ଭିତରେ ରାଜ୍ୟ ସରକାର ତାଙ୍କ କ୍ୟାଡର ରିଷ୍ଟକ୍ଚରିଂ କରି ଡିଜିିପି ଦୌଡକୁ ଆଣିଦେଇଛନ୍ତି । ପୋଲିସ ମହାନିର୍ଦ୍ଦେଶକ ପଦ ପାଇଁ ନିଜର ଦାବିଦାର ଦର୍ଶାଇବା ପାଇଁ ସଞ୍ଜୀବ ଏବଂ ଯଶୋବନ୍ତଙ୍କ ପାଇଁ ଆଉ କୌଣସି ସମସ୍ୟା ନାହିଁ । ଆବଶ୍ୟ ଏହି ଦୁଇ ଦକ୍ଷ ଅଫିସର ରାଜ୍ୟ ସରକାରଙ୍କ ଗୁଡ୍ ବୁକରେ ରହିଛନ୍ତି । ସରକାରଙ୍କ ନକ୍ସଲ ମୁକ୍ତ ଓଡ଼ିଶା କରିବାରେ ସଞ୍ଜୀବ ସହାୟକ ହୋଇଥିବା ବେଳେ ରାଜ୍ୟରୁ ଦୁର୍ନୀତି ମୁକ୍ତ କରିବାରେ ସରକାରଙ୍କ ଭିଜନ ଦିଗରେ ଅହରହ ଉଦ୍ୟମ କୁଆଡେ ଜେଠୁୱା କରୁଛନ୍ତି । କୁହାଯାଉଛି କି ଏହି କାରଣ ପାଇଁ ସରକାର ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଦୁଇ ଅଫିସରଙ୍କୁ ଡିଜିିପି ଦୌଡରେ ଆଗରେ ରଖିବାକୁ ରାଜ୍ୟ ସରକାର ଚାହିଁଛନ୍ତି । ଯାହା ପାଇଁ ଏମାନଙ୍କୁ ଏଡିଜିରୁ ଡ଼ିଜି ପଦକୁ ପଦୋନ୍ନିତ କରାଯାଇଛି । ଆସନ୍ତା ୧୬ତାରିଖରେ ଡିଜିପି ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ରାଜ୍ୟ ସରକାର ଏବଂ ୟୁପିଏସସି ନୂଆ ଡିଜିପି ଚୟନ ପାଇଁ ପ୍ରକି୍ରୟା ଜାରି ରଖିଛନ୍ତି । ଏଥିପାଇଁ ସୋମବାର ଦିନ ତମାମ ସିଏମଓରୁ ସିଏସଓରେ ଲାଗିରହିଥିଲା ଗହଳଚହଳ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ, ମୁଖ୍ୟଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ, ଜେଲ ଡିଜିଙ୍କ ଭଳି ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ କୁଆଡେ ଜୋରସୋରରେ ଚର୍ଚ୍ଚା ହୋଇଥିଲା । ୟୁପିଏସସି ବୋର୍ଡର ବୈଠକ ନିକଟରେ ଅନୁଷ୍ଟିତ ହୋଇଥିଲେ ବି କୁଆଡେ ନିଷ୍ପତ୍ତି ଫାଇନାଲ ହୋଇନଥିଲା । କିନ୍ତୁ ଏହି ଦୁଇ ଅଫିସରଙ୍କୁ ପଦୋନ୍ନିତ ମିଳିବା ପରେ ଚୟନ ପାଇଁ ବାଟ ଫିଟିଛି । ହୁଏତ ପୂର୍ଣ୍ଣାଙ୍ଗ ଡିଜିିପି ଘୋଷଣା ରାଜ୍ୟ ସରକାର ନ କରି କାମଚାଳ ଡିଜିପି ଭାବରେ ପ୍ରଥମେ ଦାୟିତ୍ୱ ପ୍ରଦାନ କରି ଠିକ୍ ସମୟ ଆସିବା କ୍ଷଣି ପୂର୍ଣ୍ଣାଙ୍ଗ ଡିଜିପି ପଦରେ କାହାକୁ ଥଇଥାନ କରିପାରନ୍ତି ସରକାର । ଆଉ ଏଭଳି ଚର୍ଚ୍ଚା ଆଗାମୀ ସମୟରେ କହିବ ସଚ୍ଚୋଟତା ଡିଜିିପି ଚୟନର ମାପଦଣ୍ଡ ବନୁଛି ନା ତୋଷାମଦଙ୍କୁ ପ୍ରାଧାନ୍ୟ ଦିଆଯାଉଛି ଦେଖିବାର ବାକି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ