Before Header

ରାଜ୍ୟରେ ବନ୍ୟା ଆଶଙ୍କା

0 26

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମହାନଦୀର ଉପର ମୁଣ୍ଡ ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି । ଏହା ମହାନଦୀ ଓ ଶାଖା ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ଏପରି ହୋଇଛି ଯେ ଶନିବାର ପୁରୀ , କଟକ , କେନ୍ଦ୍ରପଡ଼ା, ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ନଦୀରେ ବନ୍ୟା ଆସିବ ।

ଏହାକୁ ନଜର ରଖି ସ୍ୱତନ୍ତ୍ର ରିଲିଫ କମିଶନର ୪ ଜିଲ୍ଲା ପ୍ରଶାସନ ଓ ବାସିନ୍ଦାଙ୍କୁ ସର୍ତକ କରାଯାଇଛି । ବଡ଼ ବନ୍ୟା ନହେଲେ ବି ନିମ୍ମ ବା ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି କରିବ ବୋଲି ଏସଆରସି କହିଛନ୍ତି । ସୋମବାର ପୂର୍ଣ୍ଣିମା ଥିବାରୁ ସମୁଦ୍ର ପାଣି ଟାଣିବନି । ଶନିବାର ବନ୍ୟା ଆସିବା ପରେ ତିନିରୁ ଚାରିଦିନ ଅଧିକାଂଶ ସ୍ଥାନ କୂଳ ଲଙ୍ଘିବ । ଏପରି ସ୍ଥିତିରେ ତଳିଆ ଅଂଚଳରେ ଘାଇ ସୃଷ୍ଟି ହୋଇପାରେ ।

Leave A Reply

Your email address will not be published.