Masthead

ସୋନିଆଙ୍କୁ ବିରୋଧ କରି ଏନସିପି ପ୍ରତିଷ୍ଠା କରିଥିଲେ ପାୱାର, ତାଙ୍କ ପରେ କିଏ ଅଧ୍ୟକ୍ଷ?

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଭାରତୀୟ ରାଜନୀତିର ଚର୍ଚ୍ଚିତ ଚେହେରା ଶରଦ ପାୱାରଙ୍କ ଇସ୍ତଫା । ନିଜେ ତିଆରି କରିଥିବା ଦଳ ଏନସିପିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି ଶରଦ । ଆଉ ଏହା ସହ ରାଜନୀତିର ଚାଣକ୍ୟ ଆଉଏକ ପଲିଟିକାଲ୍ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି । ଗଲା କିଛି ଦିନ ହେବ ଏନସିପିରେ ଫାଟ ହେଉଥିବା ଖବର ସାମ୍ନାକୁ ଆସୁଥିଲା । ଶରଦଙ୍କ ପରେ ଦଳର ଅଧ୍ୟକ୍ଷ ପାଇଁ ପୁତୁରା ଅଜିତ୍ ପାୱାର ଆଶାୟୀ ରହିଛନ୍ତି । ସେପଟେ ଦଳର ଏକ ଗୋଷ୍ଠୀ ଶରଦଙ୍କ ଝିଅ ସୁପ୍ରିୟା ସୁଲେ ପରବର୍ତ୍ତୀ ଅଧ୍ୟକ୍ଷ ହୁଅନ୍ତୁ ବୋଲି ଚାହୁଁଛନ୍ତି । ପାୱାର ପରିବାରରେ ଫାଟ ଉଦ୍ୟମ ପଛରେ ବିଜେପିର ହାତଥିବା ଅଭିଯୋଗ ହେଉଥିଲା । ଯେମିତି ଶିବସେନା ସହ ହେଲା ସେମିତି ଏନସିପି ସହ ହେବ ବୋଲି ଆକଳନ କରୁଥିଲେ ରାଜନୀତି ସମୀକ୍ଷକମାନେ । କିନ୍ତୁ ଏସବୁ ଭିତରେ ନିରବ ଥିଲେ ଏନସିପି ଅଧ୍ୟକ୍ଷ ଶରଦ ପାୱାର । ମଙ୍ଗଳବାର ସକାଳୁ ମୁମ୍ବାଇର ୱାଇବି ଚୌହ୍ୱାଣ ସେଣ୍ଟରରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମିଡିଆ ପର୍ସନଙ୍କ ଭିଡ଼ଥିଲା । ଠିକ୍ ଏତିକିବେଳେ ଶରଦ ଘୋଷଣା କରିଥିଲେ ଏନସିପିରୁ ଇସ୍ତଫାର ।

ଅଚାନକ ଏଭଳି ଘୋଷଣା ରାଜନୈତିକ ବିସ୍ଫୋରଣ ପାଇଁ ପର୍ଯ୍ୟାପ୍ତ ଥିଲା । କ୍ୟାମେରା ଆଗରେ ଦଳର ବରିଷ୍ଠ କର୍ମକର୍ତ୍ତା ତାଙ୍କୁ ବୁଝାଇଥିଲେ ନିଷ୍ପତ୍ତିର ପୁନର୍ବିଚାର ପାଇଁ । ଅନେକ ଭାବୁକ ହୋଇ କାନ୍ଦିପକାଇଥିଲେ । ସେଠାରେ ଅଜିତ ପାୱାର ବି ଉପସ୍ଥିତ ଥିଲେ । ଶରଦଙ୍କ ପରେ କିଏ ଦଳର ନେତୃତ୍ୱ ନେବ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏ ନେଇ ଏକ କମିଟି ଗଠନ ହୋଇଛି । କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଅଜିତ କହିଛନ୍ତି । ଅନେକ କର୍ମକର୍ତ୍ତା କିନ୍ତୁ ଶରଦଙ୍କ ଇସ୍ତଫା ପ୍ରତ୍ୟାହାର ଦାବିରେ ଧାରଣା ଦେଇଛନ୍ତି ।

ଶରଦଙ୍କ ଇମୋସନାଲ କାର୍ଡ ଖାଲି ମହାରାଷ୍ଟ୍ର ରାଜନୀତି ପୂରା ଦେଶର ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି । ଏହାସହ ଏନସିପି ଫାଟ ଉଦ୍ୟମକୁ ମଧ୍ୟ ପଣ୍ଡ କରିବାରେ ସକ୍ଷମ ହୋଇଛି । ଅନ୍ୟପକ୍ଷରେ, ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ସହ ମହାରଷ୍ଟ୍ରର ମହାବିକାଶ ଅଘାଡ଼ି ମେଣ୍ଟର ଭବିଷ୍ୟତକୁ ନେଇ ମଧ୍ୟ ଚର୍ଚ୍ଚା ବଢିଛି । ଦିନେ କଂଗ୍ରେସରେ ଖୁବ୍ ପାୱାରଫୁଲ ଥିଲେ ପାୱାର । ୧୯୯୯ରେ କଂଗ୍ରେସରେ ସୋନିଆ ଗାନ୍ଧିଙ୍କ ଏଣ୍ଟ୍ରିକୁ ବିରୋଧ କରିଥିଲେ ।

ବିଦେଶିନୀ ପ୍ରସଙ୍ଗ ଉଠାଇ ଦଳ ଛାଡ଼ିଥିଲେ । ନୂଆ ଦଳ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବା ଏନସିପି ଗଠନ କରିଥିଲେ । ମହାରାଷ୍ଟ୍ରର ତିନି ତିନି ଥର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି ପାୱାର । ପିଭି ନରସିହ୍ମା ରାଓଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ପ୍ରତିରକ୍ଷା ଓ ମନମୋହନ ସିଂଙ୍କ ସରକାର ସମୟରେ କେନ୍ଦ୍ର କୃଷିମନ୍ତ୍ରୀ ରହିଥିଲେ । ଏହା ସହ କ୍ରିକେଟ ପ୍ରଶାସକ ଭାବେ ବିସିସିଆଇ, ଆଇସିସିର ଅଧ୍ୟକ୍ଷ ବି ରହିଛନ୍ତି । ଭାରତୀୟ ରାଜନୀତିର ପୋଖତ ଖେଳୁଆଡ ପୁଣି ନିଜର ରାଜନୈତିକ ଚତୁରତାର ପରିଚୟ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା