Masthead

ଶାରଜାରେ ରାଜ୍ କଲେ ବିରାଟ ବାହିନୀ

 

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଆଇପିଏଲର ତ୍ରୟୋଦଶ ସିଜନର ୨୮ତମ ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ନାମରେ ନାମିତ ହୋଇଛି | ସୋମବାର ରାତିରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆରସିବି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) କୁ ୮୨ ରନରେ ପରାସ୍ତ କରିଛି। କୋଲକାତା ଦଳ ଆଗରେ ୧୯୫ ରନ୍‌ର ଟାର୍ଗେଟ ଥିଲା। ମାତ୍ର କୋଲକତା ନିର୍ଦ୍ଧାରିତ 20 ଓଭରରେ କେବଳ ୧୧୨/୯ ରନ୍ କରିପାରିଥିଲା । ଯିଏ ୩୩ ବଲରେ ଅପରାଜିତ ୭୩ ରନ୍ କରି ଏବି ଡି ଭିଲିୟର୍ସ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପାଇଥିଲେ ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ବାଙ୍ଗାଲୋରର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସ ମ୍ୟାନ ଆରୋନ୍ ଫିଞ୍ଚ ଓ ଦେବୀଦତ୍ତ ପାଡିକଲ ଭଲ ଆରମ୍ଭ କରିଥିଲେ । ଏହା ପରେ ଅଧିନାୟକ ବିରାଟ କୋହଲି ଓ ଏବି ଡିଭିଲିୟର୍ସ ଦଳର ଇନିଂସ ସମ୍ଭାଳିଥିଲେ। ଡିଭିଲିୟର୍ସ ଧୂଆଁଧାର ବ୍ୟାଟିଂ କରି ମାତ୍ର ୨୩ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଡିଭିଲିୟର୍ସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ଵିକେଟ୍ ହରାଇ ୧୯୪ ରନର ବିଶାଳ ସ୍କୋର ଛିଡା କରିଛି। କୋଲକାତା ନାଇଟ୍ ରାଇଡର୍ସ ତରଫରୁ ପ୍ରସିଦ୍ଧ କ୍ରିଷ୍ଣା ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ ।
୧୯୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା କୋଲକାତା ଆରମ୍ଭରୁ ବ୍ୟାଟିଂ ବିପର୍ଯୟ ହୋଇଥିଲା। ବାଙ୍ଗାଲୋରଙ୍କ ବୋଲରଙ୍କ ଆଗରେ କୌଣସି ବ୍ୟାଟ୍ସ ମ୍ୟାନ ତିଷ୍ଠି ପାରିନଥିଲେ। ଶୁଭମନ ଗିଲଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟସମ୍ୟାନ୍ ଭଲ ଖେଳିନଥିଲେ । ଫଳରେ କୋଲକାତା ୯ ଓ୍ଵିକେଟ୍ ୧୧୨ ରନରେ କରିପାରିଥିଲା । ବାଙ୍ଗାଲୋର ପକ୍ଷରୁ ଓ୍ୱାଶିଂଟନ ସୁନ୍ଦର ଓ କ୍ରିସ୍ ମୋରିସ ୨ଟି ଓ୍ୱିକେଟ୍ ନେଇଥିବା ବେଳେ ନବଦୀପ ସାଇନି, ୟୁଜବେନ୍ଦ୍ର ଚହଲ ଓ ଇସୁରୁ ଉଦାନା ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା