୧୧୮ଟି ଆପ ବ୍ୟାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅନଲାଇନରେ ଏମିତି ଅନେକ ଆପ ଅଛି ଯାହା ଲୋକଙ୍କୁ ଋଣ ସମ୍ବନ୍ଧୀୟ କାରବାରରେ ହଇରାଣ କରିଥାଏ । ନିୟମ ଉଲ୍ଲଘଂନ କରୁଥିବା ପ୍ରାୟ ୧୧୮ଟି ଆପକୁ ଗୁଗୁଲ ତରଫରୁ ଚିହ୍ନଟ କରାଯାଇଛି । ତେଣୁ ଏହି ଅ।।ପକୁ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ସବୁ ଆପକୁ ବ୍ୟାନ କରାଯାଇଛି । ଲୋକଙ୍କୁ ଋଣ ପ୍ରଦାନ କରୁଥିବା ଏହି ସଂସ୍ଥା ବିରୁଦ୍ଧରେ ଥାନାରେ ଅଭିଯୋଗ କରାଯାଇଥିଲା । ଯାଞ୍ଚ ପରେ ଏଗୁଡିକୁ ବ୍ୟାନ କରାଯାଇଛି । ପ୍ରଥମେ ତେଲେଙ୍ଗାନା ପୋଲିସ ଏହାର ସତ୍ୟତା ସାମ୍ନାକୁ ଆଣିଥିଲା ।

ଏହି ଆପ ଋଣ ଦେଇ ମୂଳଧନ ଉପରେ ୩୫% ସୁଧ ଲଗାଇ ଟଙ୍କା ଦେବାକୁ କହୁଥିଲା । ଏହି ଠକେଇ ଅଭିଯୋଗରେ ହାଇଦ୍ରାବାଦ ଓ ହରିଆଣାରୁ ମୋଟ ୨୩ଜଣଙ୍କୁ ଗିରଫ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’