Masthead

ବୟସ ହୋଇନଥିବାରୁ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କଲେ ଜିଲ୍ଲାପାଳ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରିସିକୁଆଁ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ଜିଲ୍ଲାପାଳ। ନିର୍ବାଚନ ସମୟରେ ସରପଞ୍ଚ ହୋଇଥିବା ଭୋଲେଶ୍ଵରୀ ଦାସଙ୍କ ପ୍ରାର୍ଥୀତ୍ୱ ହେବାର ବୟସ ହୋଇନଥିବା ଅଭିଯୋଗ । ଏହି ଅଭିଯୋଗକୁ ଆଧାର କରି କାଗଜପତ୍ର ଯାଞ୍ଚ ପରେ ନୂଆପଡା ଜିଲ୍ଲାପାଳ ସୁନାରିସିକୁଆଁ ସରପଞ୍ଚ ଭୋଲେଶ୍ଵରୀ ଦାସଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି।

ଗତ ବର୍ଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ ଭୋଲେଶ୍ୱରୀ ଦାଶ। ସରପଞ୍ଚ ପଦ ନିମନ୍ତେ ନିର୍ବାଚନ ଲଢ଼ିବାକୁ ସର୍ବନିମ୍ନ ବୟସ ସୀମା ୨୧ ରହିଛି। ମାତ୍ର ସ୍କୁଲ ସାର୍ଟିଫିକେଟ ଅନୁଯାୟୀ ନିର୍ବାଚନ ଲଢ଼ିବା ସମୟରେ ଭୋଳେଶ୍ୱରୀଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା। ତେବେ ଓଡିଶା ଗ୍ରାମ ପଂଚାୟତ ଆଇନ ୨୯୬୪ ଧାରା ୧୧,୨୫ ଏବଂ ୨୬ ମୁତାବକ ଜିଲ୍ଲାପାଳ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା