Masthead

ନକଲି ସସ୍ କାରଖାନାରେ ପୋଲିସ

ରାଜଗାଙ୍ଗପୁର,(ବଡ଼ ଖବର ବ୍ୟୁରୋ): ଠାବ ହେଲା ନକଲି ସସ ତିଆରି କାରଖାନା । ରାଜଗାଙ୍ଗପୁର ୱାର୍ଡ ନଂ୧ ର କୁମ୍ଭରପଡାରେ ଚାଲିଥିଲା ଏହି ନକଲି ସସ କାରଖାନା । ଏହି ନକଲି ସସ୍ କାରଖାନାରୁ ପୁଲିସ ଜବତ କରିଛି ବ୍ୟାପକ ନକଲି ସସ ସହ ନିର୍ମାଣରେ ବ୍ୟବହୃତ ସାମଗ୍ରୀ । ରାଜଗାଙ୍ଗପୁର ଏସଡିପିଓ ଡ଼. ଶଶାଙ୍କଶେଖର ବେଉରାଙ୍କ ନେତୃତ୍ୱରେ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ସହକର୍ମୀଙ୍କ ସହ ନକଲି ଅନମୋଲ ସସ କାରଖାନାରେ ଚଢଉ କରିଥିଲେ । କାରଖାନାରେ ପ୍ୟାକିଙ୍ଗ ହୋଇ ଗଛିତ ଥିବା ୬୫୧ବୋତଲ ନକଲି ଟମାଟୋ, ଚିଲି, ସୋୟାବିନ ସସ ପୁଲିସ ଜବତ କରିଛି। ଏହାସହ ଏହି ସସ ନିର୍ମାଣରେ ବ୍ୟବହୃତ ହେଉଥିବା ଗୋଟିଏ ମିକ୍ସଚର ଗ୍ରାଇଣ୍ଡିଙ୍ଗ ମେସିନ, ୪ ଟି ବଡ଼ ହଣ୍ଡା, ବହୁ ପରିମାଣର ଅନମୋଲ କମ୍ପାନୀ ଲେବୁଲ ଜବତ କରିଛି ପୋଲିସ । ଏଥିସହିତ ପୋଲିସ ନକଲି ସସ କାରଖାନାର ମାଲିକ ଅନୀଲ କୁମାର ଦାସଙ୍କୁ ଗିରଫ କରିଛି। ଏହି ଚଢଉରେ ସବଇନ୍ସପେକ୍ଟର ଖଗପତି ବିଶ୍ୱାଳ, ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ଅରୁଣ ପଟେଲ ପ୍ରମୁଖ ଭାଗ ନେଇଥିଲେ । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର