Masthead

ସଇତାନ ବାପା ବିଲାଲ ଖାନ!

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ବାପା ସାଜିଲା ସଇତାନ । କେତେବେଳେ ଗରମ ପେଜ ତ ଆଉ କେତେବେଳେ ତତଲା ଲୁହା ଚେଙ୍କ । ତା ପୁଣି ୭ ବର୍ଷର ଝିଅ କୁ । ବାପାର ଅମାନୁଷିକ ଅତ୍ୟାଚାରରେ ଆଜି କୁନି ଝିଅ ପାଲଟିଛିି ଜିଅନ୍ତା ଶବ । ଏମିତି ଏକ ଛାତି ଥରା ବର୍ବରତା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅଂଚଳରେ । ସେହି ଅଂଚଳରେ ରୁହନ୍ତି ବିଲାଲ ଖାନ୍ ନାମକ ଜଣେ ବ୍ୟକ୍ତି । ଗତ ୨୦୧୩ ମସିହାରେ ବିଲାଲ ଖାନ ରିଜାୱାନା ପରବିନଙ୍କୁ ବିବାହ କରିଥିଲେ । ପରେ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ହୋଇଥିଲା, କିନ୍ତୁ ଝିଅ ହେବାକୁ ପସନ୍ଦ କରୁନଥିଲା ବାପା ବିଲାଲ ଖାନ ।

ଖାଲି ବିଲାଲ ଖାନ ନୁହଁ ବରଂ ବିଲାଲ ଖାନଙ୍କ ପରିବାର ବି ଝିଅ ହେବାକୁ ପସନ୍ଦ କରୁନଥିଲେ । ଝିଅ ହେବା ନେଇ ଘରେ ପ୍ରାୟ ଲାଗି ରହେ ଝଗଡା । ଦିନ କୁ ଦିନ ଏହି କଥା ତିବ୍ରତର ହୁଏ ବିଲାଲ ଓ ରିଜାୱାନାଙ୍କ ମଧ୍ୟରେ । ଆଉ ଏହା ପାଇଁ ଛାଡପତ୍ର ବି ହୁଏ ଉଭୟଙ୍କ ମଧ୍ୟରେ । କିନ୍ତୁ କୋର୍ଟର ନିର୍ଦ୍ଦେଶ କ୍ରମେ ଝିଅକୁ ବାପା ରଖିବା ପାଇଁ ହେଲା ନିଷ୍ପତି କିନ୍ତୁ ଏଥିରେ ମନ ବୁଝେନି ବାପା ବିଲାଲ ଖାନର । ଝିଅ କାଳେ ଭବିଷ୍ୟତରେ ରାସ୍ତାରେ କଣ୍ଟା ହେବ, ସେଥିଲାଗି କୁନିଝିଅକୁ ମାରଧର କରନ୍ତି ବାପା । ଏମିତିକି ମାଆ ସହ ଦେଖାକରିବାକୁ ଦିଅନ୍ତିନି ବାପା । ଝିଅର ବୟସ ବଢିବା ସାଙ୍ଗକୁ ବଢିଲା ଅତ୍ୟାଚାର ,ଏମିତିକି ଝିଅକୁ ଠିକରେ ଖାଇବାକୁ ଦିଅନ୍ତିନି ବାପା ଏବଂ ପରିବାର ଲୋକେ । ସଇତାନ ବାପାର ନିଷ୍ଠୁରତା ଦିନକୁ ଦିନ ବଢିବାରେ ଲାଗେ ।

କେତେବେଳେ ଗରମ ପେଜ ତ ଆଉକେତେ ବେଳେ ତତଲା ଚେଙ୍କ ଦିଏ କୁନି ଝିଅକୁ । କଁଅଳ ଶିଶୁଟି, ନା କିଛି କହି ପାରୁଥିଲା ନା ସହିପାରୁଥିଲା ତା ଉପରେ ହେଉଥିବା ଏହି ଜୁଲମକୁ । ଜୀବନ ଥିଲା, କିନ୍ତୁ ଶରୀର ପୁରା କ୍ଷୀଣ ହୋଇଯାଇଥିଲା । ଆଉ ଏବେ ଡାକ୍ତର ଖାନା ବିଛଣାରେ କୁନି ଝିଅ । ବାପା ବିଲାଲଖାନର ଏଇ ଅମାନୁଷିକ କାର୍ଯ୍ୟ ପାଇଁ ଝିଅ ଆଜି ମରଣ ସହ ଲଢେଇ କରୁଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ