Masthead

ଜେଲ ଯିବେ ଶେଖ ହାସିନା

ଛଅ ମାସ ପାଇଁ ଜେଲ ଯିବେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ।

ଢ଼ାକା(ବଡ଼ ଖବର ବ୍ୟୁରୋ):ଛଅ ମାସ ପାଇଁ ଜେଲ ଯିବେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ । ବଢିବାରେ ଲାଗିଛି ଶେଖ ହାସିନାଙ୍କ ସମସ୍ୟା । ଅବମାନନା ମାମଲାରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ବାଂଲାଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅନ୍ତର୍ଜାତୀୟ ଅପରାଧ ଟ୍ରିବୁ୍ୟନାଲ ହସିନାଙ୍କୁ ଛଅ ମାସ ଜେଲଦଣ୍ଡର ଘୋଷଣା କରିଛନ୍ତି । ମାମଲାର ଶୁଣାଣି କରି ଏକ ତିନି ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ରାୟ ଦେଇଛନ୍ତି ।

ରିପୋର୍ଟ ଅନୁଯାୟୀ ଗତ ବର୍ଷ ଶେଖ ହାସିନାଙ୍କ ଏକ ଅଡିଓ କ୍ଲିପ ଭାଇରାଲ ହୋଇଥିଲା । ସେଥିରେ ସେ ଗୋବିନ୍ଦଗଞ୍ଜ ଉପଜିଲ୍ଲା ଅଧ୍ୟକ୍ଷ ଶକିଲ ବୁଲବୁଲଙ୍କ ସହ କଥାହେବାର ଅଭିଯୋଗ ଆସିଛି । ସେଥିରେ ସେ କହିଛନ୍ତି ‘ମୋ ବିରୁଦ୍ଧରେ ୨୨୭ଟି ମାମଲା ରୁଜୁ ହୋଇଛି, ତେଣୁ ମୁଁ ଏହି ଲୋକମାନଙ୍କୁ ହତ୍ୟା କରିବାକୁ ଲାଇସେନ୍ସ ପାଇଛି ।’ ଶକିଲ ବୁଲବୁଲ ମଧ୍ୟ କୋର୍ଟ ର ଅବମାନନା ମାମଲାରେ ଦୁଇମାସ ଜେଲଦଣ୍ଡରେ ଦଣ୍ଡିତ ହେବେ ।

ଶେଖ ହସିନାଙ୍କୁ ଏସ୍ଏଡି ଦ୍ୱାରା ହୋଇଥିବା ହିଂସାତ୍ମକ ପ୍ରତିବାଦ ପରେ ପଦରୁ ହଟାଇ ଦିଆଯାଇଥିଲା । ସରକାରୀ ଚାକିରିରେ କୋଟା ସଂସ୍କାର ଦାବି ସହିତ ଆରମ୍ଭ ହୋଇଥିଲା ଏହି ଆନେ୍ଦାଳନ । ପରେ ଏହା ହିଂସାତ୍ମକ ରୁପ ନେଇଥିଲା । ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ ପୂର୍ବବର୍ଷ ଜୁଲାଇ ମଧ୍ୟଭାଗରୁ ଅଗଷ୍ଟ ମଧ୍ୟଭାଗ ପର୍ଯ୍ୟନ୍ତ ପ୍ରାୟ ୧୪୦୦ ଲୋକଙ୍କୁ କରାଯାଇଥିଲା ହତ୍ୟା । ପ୍ରତିବାଦ ସମୟରେ ବାଂଲାଦେଶରୁ ଭାରତ ପଳାଇ ଆସିଥିଲେ ଶେଖ ହାସିନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼