Masthead

ଜେଲ ଯିବେ ଶେଖ ହାସିନା

ଛଅ ମାସ ପାଇଁ ଜେଲ ଯିବେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ।

ଢ଼ାକା(ବଡ଼ ଖବର ବ୍ୟୁରୋ):ଛଅ ମାସ ପାଇଁ ଜେଲ ଯିବେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ । ବଢିବାରେ ଲାଗିଛି ଶେଖ ହାସିନାଙ୍କ ସମସ୍ୟା । ଅବମାନନା ମାମଲାରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ବାଂଲାଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅନ୍ତର୍ଜାତୀୟ ଅପରାଧ ଟ୍ରିବୁ୍ୟନାଲ ହସିନାଙ୍କୁ ଛଅ ମାସ ଜେଲଦଣ୍ଡର ଘୋଷଣା କରିଛନ୍ତି । ମାମଲାର ଶୁଣାଣି କରି ଏକ ତିନି ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ରାୟ ଦେଇଛନ୍ତି ।

ରିପୋର୍ଟ ଅନୁଯାୟୀ ଗତ ବର୍ଷ ଶେଖ ହାସିନାଙ୍କ ଏକ ଅଡିଓ କ୍ଲିପ ଭାଇରାଲ ହୋଇଥିଲା । ସେଥିରେ ସେ ଗୋବିନ୍ଦଗଞ୍ଜ ଉପଜିଲ୍ଲା ଅଧ୍ୟକ୍ଷ ଶକିଲ ବୁଲବୁଲଙ୍କ ସହ କଥାହେବାର ଅଭିଯୋଗ ଆସିଛି । ସେଥିରେ ସେ କହିଛନ୍ତି ‘ମୋ ବିରୁଦ୍ଧରେ ୨୨୭ଟି ମାମଲା ରୁଜୁ ହୋଇଛି, ତେଣୁ ମୁଁ ଏହି ଲୋକମାନଙ୍କୁ ହତ୍ୟା କରିବାକୁ ଲାଇସେନ୍ସ ପାଇଛି ।’ ଶକିଲ ବୁଲବୁଲ ମଧ୍ୟ କୋର୍ଟ ର ଅବମାନନା ମାମଲାରେ ଦୁଇମାସ ଜେଲଦଣ୍ଡରେ ଦଣ୍ଡିତ ହେବେ ।

ଶେଖ ହସିନାଙ୍କୁ ଏସ୍ଏଡି ଦ୍ୱାରା ହୋଇଥିବା ହିଂସାତ୍ମକ ପ୍ରତିବାଦ ପରେ ପଦରୁ ହଟାଇ ଦିଆଯାଇଥିଲା । ସରକାରୀ ଚାକିରିରେ କୋଟା ସଂସ୍କାର ଦାବି ସହିତ ଆରମ୍ଭ ହୋଇଥିଲା ଏହି ଆନେ୍ଦାଳନ । ପରେ ଏହା ହିଂସାତ୍ମକ ରୁପ ନେଇଥିଲା । ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ ପୂର୍ବବର୍ଷ ଜୁଲାଇ ମଧ୍ୟଭାଗରୁ ଅଗଷ୍ଟ ମଧ୍ୟଭାଗ ପର୍ଯ୍ୟନ୍ତ ପ୍ରାୟ ୧୪୦୦ ଲୋକଙ୍କୁ କରାଯାଇଥିଲା ହତ୍ୟା । ପ୍ରତିବାଦ ସମୟରେ ବାଂଲାଦେଶରୁ ଭାରତ ପଳାଇ ଆସିଥିଲେ ଶେଖ ହାସିନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ