Masthead

ସତୀଚଉରା ର ସତ୍ୟ

କଟକ, (ବଡ଼ ଖବର ବ୍ୟୁରୋ): କଟକ ସହରରେ କରୋନା ସଂକ୍ରମଣ ଥମିବାରେ ନା ନେଉନାହିଁ । କରୋନା ସଂକ୍ରମଣ ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଦିନକୁ ପ୍ରାୟ ୧୫ରୁ ଅଧିକ ବୃକ୍ତିଙ୍କର ମୃତ୍ୟୁ ହେଉଛି । ଗତ ୧୦ ଦିନ ଭିତରେ ସତୀଚଉରା ସ୍ମଶାନରେ ପ୍ରାୟ ୨୦୦ରୁ ଅଧିକ କୋଭିଡ଼ ଏବଂ ଅଣ-କୋଭିଡ଼ ଲୋକଙ୍କର ଶବଦାହ ହୋଇଛି ବୋଲି ସ୍ମଶାନର କର୍ମଚାରୀମାନେ କହିଛନ୍ତି । ଏହା ସହିତ ପାଖରେ ଥିବା ଅସ୍ଵିନୀ କୋଭିଡ ହସ୍ପିଟାଲର ମୃତ ସଂକ୍ରମିତଙ୍କ ଶବଦାହ କୁ ନେଇ ଅଞ୍ଚଳ ବାସୀ ଏବେ ଆତଙ୍କିତ । ବାରମ୍ବାର ଅଭିଯୋଗ ପରେବି ଅଞ୍ଚଳକୁ ବିଶୋଧନ କରାଯାଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ସତୀଚଉରା ଛକ କଟକର ଅନ୍ୟ ଏକ ବ୍ୟସ୍ତବହୁଳ ଅଞ୍ଚଳ । ଏହା ବିଡାନାସୀ, ଦେଉଳସହି, ସି.ଡ଼ି.ଏ. ଏବଂ କନିକା ଛକକୁ ସଂଯୋଗ କରୁଛି । ଏହା ଅଶ୍ୱିନୀ ହସ୍ପିଟାଲ ସମୁଖରେ ଅବସ୍ଥିତ । ବର୍ତ୍ତମାନ କଟକ ସହର ରେ ସଂକ୍ରମଣ ଉପର ମୁଁହା ଥିବା ବେଳେ, ସତୀଚଉରାରେ ସମସ୍ତ କୋଭିଡ଼ ଏବଂ ଅଣ କୋଭିଡ଼ ମୃତକଙ୍କ ଶବଦାହ ହେଉଥିବାରୁ ଏହି ଅଞ୍ଚଳକୁ ଗତ ୧୫ ଦିନ ହେବ ବିଶୋଧନ କରାଯାଇନାହିଁ । ଯାହା ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଏପଟେ ପ୍ରଶାସନ ସଚେତନ କରିବା ପାଇଁ କଠୋର ଆଇନ କରୁଥିବା ବେଳେ ବର୍ତ୍ତମାନ ପ୍ରଶାସନର ଉଦାସୀନତା କୁ ନେଇ ଉଠିଛି ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ