Masthead

ଅଣ୍ଡା ଫୁଟି ବାହାରିଲେ ଅଜଗର ଛୁଅ

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ନିଆଳି ଗାଁରୁ ଉଦ୍ଧାର ହୋଇଥିବା ଅଜଗର ସାପ ଅଣ୍ଡାରୁ ଫୁଟିଲା ଛୁଆ । ଗତ ମେ ମାସରେ ଏହି ଅଣ୍ଡା ଗୁଡିକୁ ଉଦ୍ଧାର କରାଯାଇଥିଲା । ଚନ୍ଦକା ବନ ବିଭାଗ ୨୮ଟି ଅଣ୍ଡା ଉଦ୍ଧାର କରି ହଳଦିଆ ରେଜଂ ମିନିସିଂହ ପାଟଣା ଠାରେ ସୁରକ୍ଷିତ ଭାବରେ ରଖିଥିଲେ। ସେଠାରେ ୮ରୁ ୧୦ ଟି ଅଣ୍ଡା ଫୁଟି ଛୁଆ ବାହାରିଥିବା ଜଣାପଡିଛି। ମେ ମ।ସରେ ଗାଁ ନିକଟ ଜଙ୍ଗଲରୁ ଏକ ବିରାଟ ଅଜଗର ଉଦ୍ଧାର କରାଯାଇଥିଲା ।

ଏନେଇ ସ୍ନେକ ହେଲ୍ପଲାଇନ୍ ସଦସ୍ୟଙ୍କୁ ଜଣାଇଥିଲେ ଗ୍ରାମବାସୀ । ପରେ ଉଭୟ ବନ ବିଭାଗ ଓ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ପହଂଚି ସାପଟି ଅଣ୍ଡା ଦେଇଥିବା ଜାଣି ପାରିଥିଲେ। ସାପଟି ସେହିଠାରେ ରହି ଅଣ୍ଡାରୁ ଛୁଆ ଫୁଟାଇବା ଯାଏଁ ତାକୁ ଗ୍ରାମବାସୀ ସୁରକ୍ଷା ଦେବେ ବୋଲି ନିଷ୍ପତି ନେଇଥିଲେ । କିନ୍ତୁ ବର୍ଷାଦିନ ଆସିବାରୁ ଅଣ୍ଡା ଗୁଡିକର ସୁରକ୍ଷା ଜରୁରୀ ହୋଇପଡିଲା । ଅଣ୍ଡାଗୁଡିକୁ ଖୋର୍ଦ୍ଧା ହଳଦିଆ ରେଞ୍ଜରେ ଆଣି ରଖିଥିଲେ ।

୧୮ ଦିନ ପରେ ଅର୍ଥାତ ୨୨ମେ ଦିନ ମା ଅଜଗର ଅଣ୍ଡା ଗୁଡିକୁ ବସାରେ ଛାଡି ବାହାରକୁ ପଳେଇ ଯାଇଥିଲା । ଦୀର୍ଘ ୧୦ ଘଣ୍ଟା ଅପେକ୍ଷା କରିବା ପରେ ବନ ବିଭାଗ ସ୍ନେକ ହେଲ୍ପଲାଇନ ସହାୟତାରେ ମା’ ଅଜଗରକୁ ଧରି ଚନ୍ଦକା ଅଭୟାରଣ୍ୟରେ ଛାଡି ଥିଲା । ଅଣ୍ଡା ଗୁଡିକୁ ପ୍ରଥମେ ନିଆଳି ଗ୍ରାମରେ ଥିବା ପ୍ରାଥମିକ ସ୍କୁଲରେ ରଖା ଯାଇଥିଲା । କିନ୍ତୁ ସେଠାରେ ପିମ୍ପୁଡି ଲାଗିବା ଫଳରେ ଦିନକ ପରେ ଅଣ୍ଡା ଗୁଡିକୁ ମିନିସିଂହ ପାଟଣା ରେଞ୍ଜ କାର୍ଯ୍ୟାଳୟରେ ସ୍ନେକହେଲ୍ପଲାଇନ ତରଫରୁ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଗତକାଲି ପ୍ରଥମ ଅଜଗର ଅଣ୍ଡା ଫୁଟି ବାହାରିଥିଲା । ବୁଧବାର ଆଉ କିଛି ଅଣ୍ଡା ଫୁଟି ଛୁଆ ବାହାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’