Masthead

ସାମ୍ବାଦିକଙ୍କୁ ଆକ୍ରମଣ ; ମାମଲା ଖାଇଲେ ଶିକ୍ଷକ, କୋର୍ଟକୁ ଭିଡା ହେବେ

ବଲାଙ୍ଗିର, (ବଡ଼ ଖବର ବ୍ୟୁରୋ) : ସାମ୍ବାଦିକଙ୍କୁ ଶିକ୍ଷକ ଆକ୍ରମଣ ଘଟଣା ପଡ଼ିପାରେ ମହଙ୍ଗା । ଥାନାରେ ମାମଲା ପହଞ୍ଚିବା ପରେ ଶିକ୍ଷକଙ୍କ ଲାଗି ଅଡ଼ୁଆ ବଢ଼ିଛି । ଆଜି ବଡ଼ ଖବର ପୁଇଁନ୍ତଳା ବ୍ଲକ ସାମ୍ବାଦିକ ରାଧେଶ୍ୟାମ ହାତୀ ପୁଇନ୍ତଳା ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଭିତ୍ତି କରି ପୁଇଁତଳା ପୋଲିସ ଶିକ୍ଷକଙ୍କ ନାମରେ ମାମଲା ରୁଜୁ କରିଛି । ମାମଲା ଖାଇଥିବା ଅଭିଯୁକ୍ତ ଶିକ୍ଷକ କୋର୍ଟକୁ ଭିଡା ହେବେ ବୋଲି ପୋଲିସ କହିଛି ।

ଏତଲା ଅନୁସାରେ ଗତକାଲି ଖବର ସଂଗ୍ରହ ପରେ ରାଧେଶ୍ୟାମ ଠେଲକୋମୁଣ୍ଡା ଖେଳ ପଡିଆରେ ଖେଳୁଥିଲେ । ଠିକ୍ ସେତିକି ବେଳେ ଠିକାଦାର ସାଜିଥିବା ଶିକ୍ଷକ ଅମରେଶ ଖେତୀ, ତାଙ୍କ ଭଣଜା ଓ ସମ୍ପର୍କୀୟ ଭାଇ ଘଡ଼ି ସେଠାକୁ ପହଞ୍ଚି ରାଧେଶ୍ୟାମଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏପରିକି ତଣ୍ଟି ଚିପି ଜୀବନରେ ମାରିଦେବା ଉଦ୍ୟମ କରୁଥିଲେ । କୌଶଳକ୍ରମେ ରାଧେଶ୍ୟାମ ସେହି ସ୍ଥାନରୁ ପଳାଇ ଯାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ରାଧେଶ୍ୟାମ।

ପୋଲିସ୍ ଆଇପିସି ଧାରା ୩୪୧, ୨୯୪, ୫୦୬ ଓ ୩୪ରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି । ଏହି ଘଟଣାରେ ପୁଇଁତଳା ଥାନା ଅଧିକାରୀ ବି. ରୁଦ୍ରିୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ତେବେ ଏତଲା ଆଧାରରେ ସଂପୃକ୍ତ ଶିକ୍ଷକଙ୍କୁ ଗିରଫ କରାଯିବାକୁ ଫୋନ ଯୋଗେ କହିଛନ୍ତି ବଲାଙ୍ଗିର ଏସପି ସନ୍ଦୀପ ମଡକର।

ଅନ୍ୟପକ୍ଷରେ ପାଇଖାନା ନିମ୍ନମାନର କାମର ତଦନ୍ତ କରି ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ବ୍ଲକ୍ ଶିକ୍ଷା ଅଧିକାରୀ ନେପାଲ ଚନ୍ଦ୍ର ବାଗ । ଅନ୍ୟ ପଟେ ଚୋର ମୁଁହ ଟାଣ ଭଳି ସଂପୃକ୍ତ ଶିକ୍ଷକ ଥାନାରେ ଆଗୁଆ ଅଭିଯୋଗ କରିଛନ୍ତି । ଦୁର୍ନୀତିଗ୍ରସ୍ତ ଅସାଧୁ ବ୍ୟକ୍ତିଙ୍କ କାରନାମା ଲୋକ ଲୋଚନକୁ ଆଣିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଏପରି ଆକ୍ରମଣ ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ତେବେ ଠିକାଦାର ସାଜିଥିବା ଶିକ୍ଷକଙ୍କୁ ପୋଲିସ୍ କେବେ ଗିରଫ କରୁଛି ଏବେ ତାହାରି ଉପରେ ରହିଛି ସମସ୍ତଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ