Masthead

ସିବିଆଇରେ ହାଜର ହେବେ ସତ୍ୟପାଲ ମଲ୍ଲିକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ସିବିଆଇରେ ହାଜର ହେବେ ସତ୍ୟପାଲ ମଲ୍ଲିକ । ଜାମ୍ମୁ କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ରିଲାଏନ୍ସ ଇନ୍ସୁରାନ୍ସ ଦୁର୍ନୀତି ନେଇ ନୋଟିସ କରିଛି ସିବିଆଇ । ସତ୍ୟପାଲଙ୍କ କାର୍ଯ୍ୟାକାଳରେ ଲାଗୁ ହେବାକୁ ଥିବା ରିଲାଏନ୍ସ ଇନ୍ସୁରାନ୍ସ ଦୁର୍ନୀତି ନେଇ ପଚରାଉଚରା କରିବାକୁ ନୋଟିସ କରିଛି କେନ୍ଦ୍ରୀୟ ଏଜେନ୍ସି । ଇନ୍ୟୁରାନ୍ସରେ ଥିବା ଦୁର୍ବଳତା ଯୋଗୁଁ ସେ ଅନୁମତି ଦେଇନଥିବା କହିଥିଲେ ।

ବିଜେପିର ଜଣେ ବଡ଼ ନେତା ଏହି ଇନସୁରାନ୍ସକୁ କ୍ଲିୟର କରିବା ପାଇଁ ଚାପ ପକାଇଥିବା ମଧ୍ୟ କହିଥିଲେ ସତ୍ୟପାଲ । ଇନସୁରାନ୍ସରେ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ସାଢେ ୮ ହଜାରରୁ ଅଧିକ ଟଙ୍କା ଦେବାକୁ ପଡ଼ିଥାନ୍ତା ଏବଂ ଅବସରପ୍ରାପ୍ତ କର୍ମଚାରୀ ମାନେ ବାର୍ଷିକ ୨୦ ହଜାର ଟଙ୍କା ଦେଇଥାନ୍ତେ । ଯାହାକୁ ନେଇ ବିରୋଧ ମଧ୍ୟ ହୋଇଥିଲା । ଏଥିସହ ଇନ୍ସୁରାନ୍ସ ପାଇଁ ଯେଉଁଠି ଚିକିତ୍ସା କରାଯାଇଥାନ୍ତା ସେଗୁଡିକ ନିମ୍ନ ମାନର ହସ୍ପିଟାଲ ବୋଲି ସତ୍ୟପାଲ ମଲ୍ଲିକ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ