Masthead

ଭିକ୍ଷାବୃତ୍ତି କରି ୨ଲକ୍ଷ ୫୮ହଜାରରୁ ଅଧିକ ସଞ୍ଚୟ

ଜମ୍ମୁ(ବଡ଼ ଖବର ବ୍ୟୁରୋ): ଜମ୍ମୁ ଓ କାଶ୍ମୀର ଅନ୍ତର୍ଗତ ରାଜୌରୀର ଜିଲ୍ଲାରେ ଭିକ୍ଷାବୃତ୍ତି କରୁଥିବା ଜଣେ ବୃଦ୍ଧାଙ୍କ ଠାରୁ ମିଳିଛି ୨ଲକ୍ଷ ୫୮ହଜାରରୁ ଅଧିକ ଟଙ୍କା । ମଙ୍ଗଳବାର ଦିନ ସରକାରୀ ଅଧିକାରୀ ମାନେ ଏନେଇ ସୂଚନା ଦେଇଛନ୍ତି । ବସଷ୍ଟାଣ୍ଡ ରାସ୍ତା ଏବଂ ଆଖପାଖ ଅଞ୍ଚଳରେ ଏହି ୬୫ବର୍ଷୀୟ ବୃଦ୍ଧା ଜଣକ ରୁହନ୍ତି । ତାଙ୍କ ପାଖରେ ଘର ନଥିବାରୁ ସେଲଟର ହୋମକୁ ସ୍ଥାନାନ୍ତର କରାଯିବାର ଅଳ୍ପ ସମୟ ପରେ ତାଙ୍କ ପାଖରେ ୨ଲକ୍ଷ ୫୮ହଜାରରୁ ଅଧିକ ଟଙ୍କା ଥିବା କଥା ଜଣାପଡ଼ିଥିଲା । ନୌଶେରାର ଅତିରିକ୍ତ କମିସନର୍‌ ସୁଖଦେବ ସିଂହ ସାମ୍ୟାଲ୍‌ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ପଶୁ ଚିକିତ୍ସାଳୟ ବାହାରେ ଥିବା ତାଙ୍କ ପଲାକୁ ଉଠାଇ ଦେବା ଲାଗି ମଙ୍ଗଳବାର ସକାଳେ ମ୍ୟୁନିସିପାଲ୍‌ କମିଟିର ଟିମ୍‌କୁ ପଠାଯାଇଥିଲା। ସେମାନେ ବୃଦ୍ଧାଙ୍କ ପଲାରେ ପଲିଥିନରେ ଟାଇଟ୍‌‌ ହୋଇ ଗୁଡ଼ା ହୋଇଥିବା ବିଭିନ୍ନ ଅଙ୍କର କାଗଜ ଟଙ୍କାରେ ପୂର୍ଣ୍ଣ ୩ଟି ପ୍ଲାଷ୍ଟିକ୍‌ କ୍ରେଟ୍‌ ଏବଂ ଧାତବ ମୁଦ୍ରା ଭରା ଗୋଟାଏ ଜରିବସ୍ତା ପାଇ ଚକିତ ହୋଇଥିଲେ ।

ଏ ଖବର ପାଇ ମୁଁ ଜଣେ ମାଜିଷ୍ଟ୍ରେଟ୍‌ଙ୍କ ସହ ଘଟଣାସ୍ଥଳକୁ ପୁଲିସ ପଠାଇଲି। ବହୁ ଶ୍ରମ କରି ଗଣାଗଣି କରିବା ପରେ ସମୁଦାୟ ୨,୫୮,୫୦୭ ଟଙ୍କା ଥିବା କଥା ଜଣାପଡ଼ିଲା। ପୁଙ୍ଖାନୁପୁଙ୍ଖ ବିବରଣୀ ସହ ଗୋଟାଏ ବାକ୍ସରେ ପୂରାଯାଇ ତାଲା ବନ୍ଦକରା ଯାଇଥିବା ଉକ୍ତ ଅର୍ଥକୁ ବୁଧବାର ଦିନ ସେହି ବୃଦ୍ଧାଙ୍କୁ ଦିଆଯିବ । ଭିକ୍ଷାବୃତ୍ତିକୁ ଆଶ୍ରା କରି ଜୀବନଯାପନ କରୁଥିବା ସେ ମହିଳାଜଣକ ପ୍ଲାଷ୍ଟିକ୍‌ ଡବାରେ ଉକ୍ତ ଟଙ୍କା ସଞ୍ଚୟ କରିଥିଲେ। ତେବେ ତାଙ୍କ ଠିକଣା ମଧ୍ୟ କାହାକୁ ଜଣାନାହିଁ। ୩୦ ବର୍ଷରୁ ଅଧିକ ସମୟ ହେବ ସେ ପ୍ରାଣୀ ଚିକିତ୍ସାଳୟ ଆଖପାଖ ଅଞ୍ଚଳ ଏବଂ ବସ୍‌ଷ୍ଟାଣ୍ଡ୍‌ରେ ବୁଲାବୁଲି କରୁଥିବା ସମସ୍ତେ ଦେଖିଥିବା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ