ଭିକ୍ଷାବୃତ୍ତି କରି ୨ଲକ୍ଷ ୫୮ହଜାରରୁ ଅଧିକ ସଞ୍ଚୟ

ଜମ୍ମୁ(ବଡ଼ ଖବର ବ୍ୟୁରୋ): ଜମ୍ମୁ ଓ କାଶ୍ମୀର ଅନ୍ତର୍ଗତ ରାଜୌରୀର ଜିଲ୍ଲାରେ ଭିକ୍ଷାବୃତ୍ତି କରୁଥିବା ଜଣେ ବୃଦ୍ଧାଙ୍କ ଠାରୁ ମିଳିଛି ୨ଲକ୍ଷ ୫୮ହଜାରରୁ ଅଧିକ ଟଙ୍କା । ମଙ୍ଗଳବାର ଦିନ ସରକାରୀ ଅଧିକାରୀ ମାନେ ଏନେଇ ସୂଚନା ଦେଇଛନ୍ତି । ବସଷ୍ଟାଣ୍ଡ ରାସ୍ତା ଏବଂ ଆଖପାଖ ଅଞ୍ଚଳରେ ଏହି ୬୫ବର୍ଷୀୟ ବୃଦ୍ଧା ଜଣକ ରୁହନ୍ତି । ତାଙ୍କ ପାଖରେ ଘର ନଥିବାରୁ ସେଲଟର ହୋମକୁ ସ୍ଥାନାନ୍ତର କରାଯିବାର ଅଳ୍ପ ସମୟ ପରେ ତାଙ୍କ ପାଖରେ ୨ଲକ୍ଷ ୫୮ହଜାରରୁ ଅଧିକ ଟଙ୍କା ଥିବା କଥା ଜଣାପଡ଼ିଥିଲା । ନୌଶେରାର ଅତିରିକ୍ତ କମିସନର୍‌ ସୁଖଦେବ ସିଂହ ସାମ୍ୟାଲ୍‌ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ପଶୁ ଚିକିତ୍ସାଳୟ ବାହାରେ ଥିବା ତାଙ୍କ ପଲାକୁ ଉଠାଇ ଦେବା ଲାଗି ମଙ୍ଗଳବାର ସକାଳେ ମ୍ୟୁନିସିପାଲ୍‌ କମିଟିର ଟିମ୍‌କୁ ପଠାଯାଇଥିଲା। ସେମାନେ ବୃଦ୍ଧାଙ୍କ ପଲାରେ ପଲିଥିନରେ ଟାଇଟ୍‌‌ ହୋଇ ଗୁଡ଼ା ହୋଇଥିବା ବିଭିନ୍ନ ଅଙ୍କର କାଗଜ ଟଙ୍କାରେ ପୂର୍ଣ୍ଣ ୩ଟି ପ୍ଲାଷ୍ଟିକ୍‌ କ୍ରେଟ୍‌ ଏବଂ ଧାତବ ମୁଦ୍ରା ଭରା ଗୋଟାଏ ଜରିବସ୍ତା ପାଇ ଚକିତ ହୋଇଥିଲେ ।

ଏ ଖବର ପାଇ ମୁଁ ଜଣେ ମାଜିଷ୍ଟ୍ରେଟ୍‌ଙ୍କ ସହ ଘଟଣାସ୍ଥଳକୁ ପୁଲିସ ପଠାଇଲି। ବହୁ ଶ୍ରମ କରି ଗଣାଗଣି କରିବା ପରେ ସମୁଦାୟ ୨,୫୮,୫୦୭ ଟଙ୍କା ଥିବା କଥା ଜଣାପଡ଼ିଲା। ପୁଙ୍ଖାନୁପୁଙ୍ଖ ବିବରଣୀ ସହ ଗୋଟାଏ ବାକ୍ସରେ ପୂରାଯାଇ ତାଲା ବନ୍ଦକରା ଯାଇଥିବା ଉକ୍ତ ଅର୍ଥକୁ ବୁଧବାର ଦିନ ସେହି ବୃଦ୍ଧାଙ୍କୁ ଦିଆଯିବ । ଭିକ୍ଷାବୃତ୍ତିକୁ ଆଶ୍ରା କରି ଜୀବନଯାପନ କରୁଥିବା ସେ ମହିଳାଜଣକ ପ୍ଲାଷ୍ଟିକ୍‌ ଡବାରେ ଉକ୍ତ ଟଙ୍କା ସଞ୍ଚୟ କରିଥିଲେ। ତେବେ ତାଙ୍କ ଠିକଣା ମଧ୍ୟ କାହାକୁ ଜଣାନାହିଁ। ୩୦ ବର୍ଷରୁ ଅଧିକ ସମୟ ହେବ ସେ ପ୍ରାଣୀ ଚିକିତ୍ସାଳୟ ଆଖପାଖ ଅଞ୍ଚଳ ଏବଂ ବସ୍‌ଷ୍ଟାଣ୍ଡ୍‌ରେ ବୁଲାବୁଲି କରୁଥିବା ସମସ୍ତେ ଦେଖିଥିବା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ