Masthead

ଅନୁଷ୍କା କଣ ରସିଦ୍ ଖାନଙ୍କ ପତ୍ନୀ ?

ନୂଆଦିଲ୍ଲୀ, ( ବଡ଼ ଖବର ବ୍ୟୁରୋ) : ଅନୁଷ୍କା ଶର୍ମାଙ୍କୁ କିଏ ବା ନ ଜାଣେ । ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ହିସାବରେ ସେ ବିଶ୍ୱର ଜଣେ ବେଶ ପରିଚିତ ଚେହେରା । ଏବେ ଅନୁଷ୍କା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର କିନ୍ତୁ କୌଣସି ଫିଲ୍ମ ପାଇଁ ନୁହେଁ କି ତାଙ୍କ ସ୍ୱାମୀ ବିରାଟଙ୍କ ପାଇଁ ନୁହେଁ । ଅନୁଷ୍କାଙ୍କୁ ଏଥର ଚର୍ଚ୍ଚାକୁ ଆଣିଛି ସର୍ଚ୍ଚ ଇଞ୍ଜିନ ଗୁଗୁଲ । ଗୁଗୁଲରେ ଅନୁଷ୍କା ଶର୍ମା ରସିଦ୍ ଖାନଙ୍କ ପତ୍ନୀ ବୋଲି ଦେଖାଉଛି । ଏହା ଅଜବ ଲାଗୁଥାଇପାରେ କିନ୍ତୁ ଏହା ସତ୍ୟ । ଯଦି ଆପଣ ଗୁଗୁଲରେ ଆଫଗାନିସ୍ଥାନର ଷ୍ଟାର କ୍ରିକେଟର ରସିଦ ଖାନଙ୍କ ପତ୍ନୀଙ୍କୁ ଖୋଜିବେ, ଅନୁଷ୍କା ଶର୍ମାଙ୍କ ନାମ ଦେଖାଇବ । ଏହା ପରେ ରସିଦ ଖାନଙ୍କର ଏକ ବାୟୋ ରହିଛି । ଏହା ପରେ ତାଙ୍କ ବିବାହିକ ସ୍ଥିତି ଲେଖା ରହିଛି ଯେଉଁଥିରେ ସେ ବିବାହିତ ବୋଲି ଉଲ୍ଲେଖ ରହିଛି । ତାଙ୍କ ପତ୍ନୀଙ୍କ ନାମ ଅନୁଷ୍କା ଶର୍ମା ବୋଲି ଉଲ୍ଲେଖ କରାଯାଇଛି ।

ତେବେ ଗଗୁଗୁଲରେ ରସିଦ୍ ଖାନଙ୍କ ପତ୍ନୀଙ୍କ ନାମ ଅନୁଷ୍କା କାହିଁକି ରଖାଯାଇଛି ? ଏ ପ୍ରଶ୍ନ ଆପଣ ମାନଙ୍କ ମନରେ ନିଶ୍ଚୟ ଆସୁଥିବ ।
୨୦୧୮ରେ ରସିଦ୍ ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକ ଓ ଅନୁଗାମୀମାନଙ୍କ ସହ ଏକ ଚାଟ କରୁଥିଲେ । ଏହି ଅବସରରେ ତାଙ୍କ ପ୍ରିୟ ବଲିଉଡ୍ ଅଭିନେତ୍ରୀ କିଏ ବୋଲି ଜଣେ ପ୍ରଶଂସକ ପଚାରିଥିଲେ । ଏହି ପ୍ରଶ୍ନର ଉତ୍ତରରେ ରସିଦ୍ ପ୍ରୀତି ଜିଣ୍ଟା ଓ ଅନୁଷ୍କା ଶର୍ମାଙ୍କ ନାମ କହିଥିଲେ । ଏହା ପରେ ନ୍ୟୁଜ୍ ଆଉଟଲେଟରେ ଅନୁଷ୍କା ଶର୍ମାଙ୍କୁ ରସିଦ୍ ଖାନଙ୍କ ପ୍ରିୟ ଅଭିନେତ୍ରୀ ବୋଲି ପ୍ରକାଶ କରିଥିଲା । ଯେହେତୁ ଅନୁଷ୍କା ରସିଦଙ୍କ ପ୍ରିୟ ଅଭିନେତ୍ରୀ ତେଣୁ ଗୁଗୁଲ ଅନୁଷ୍କା ଶର୍ମାଙ୍କୁ ରସିଦ୍ ଖାନଙ୍କ ପତ୍ନୀ ଭାବେ ଦେଖାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼