Masthead

ମାତିଛି ମାଖେନା: ଭୟଭୀତ ଅଞ୍ଚଳବାସୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ହିଂସ୍ର ହାତୀ ମାଖେନା ଚନ୍ଦକା ଅଞ୍ଚଳର ପାଖାପାଖି ୩୦ଖଣ୍ଡ ଗାଁରେ ରଚୁଛି ତାଣ୍ଡବ। ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ଗଜରାଜ୍ । ମାଖେନା ଆତଙ୍କରେ ଲୋକେ ଭୟଭୀତ । ସଞ୍ଜ ହେଲେ ଭୟରେ ତାଟିକବାଟ ପଡିଯାଉଛି । ପିଲା ଠୁ ବୟସ୍କ ପର୍ୟ୍ୟନ୍ତ ସମସ୍ତେ ଆତଙ୍କିତ । ଖାଲି ସେତିକି ନୁହେଁ ଚାଷୀଙ୍କ ଫସଲ ନଷ୍ଟ କରିବା ସହ ଅନେକ ଧନ ଜୀବନ ମଧ୍ୟ ହାନି ଘଟାଉଛି ମାଖେନା ।
ପାଇକରାପୁର, ଚନ୍ଦକା, ଅନ୍ଧାରୁଆ, ଦାରୁଠେଙ୍ଗ, କଣ୍ଟାବାଡ଼, ମେଣ୍ଢାଶାଳ, କୁଜିମହଲ ଆଦି ଗାଁର ଲୋକେ ମାଖେନାକୁ ନେଇ ଆତଙ୍କିତ ହୋଇପଡିଛନ୍ତି । ସେପଟେ ଗତକାଲି ବିଳମ୍ବିତ ରାତିରେ ମାଖେନା ପୁଣି ଜନବସତି ମୁହାଁ ହୋଇ ନାହିଁ ନଥିବା କ୍ଷତି କରିଛି । ବନବିଭାଗ ଏ ଦିଗରେ ଦୃଷ୍ଟି ଦେଇ ପାଟ୍ରୋଲିଂକୁ କଡାକଡି କରିବା ସହ ହାତୀ ଘଉଡାଇଲେ ହୁଏତ ଲୋକେ ସୁରକ୍ଷିତ ହୋଇପାରନ୍ତେ ବୋଲି କହିଛନ୍ତି ଅଞ୍ଚଳବାସୀ । ସେପଟେ ମାଖେନା ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଥିବା ବନ ବିଭାଗ ସୂଚନା ଦେଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା