Masthead

ପୁଅ ଓ ପତ୍ନୀଙ୍କ ଉଦ୍ଧାର ପାଇଁ ଆକୁଳ ନିବେଦନ

ସମ୍ବଲପୁର, (ବଡ଼ ଖବର ବ୍ୟୁରୋ): ଚାକିରି ପ୍ରଲୋଭନ ଦେଖାଇ ସମ୍ବଲପୁର ପିବ୍ଲ୍ୟୁଡି କଲୋନୀର ଜଣେ ୩୦ବର୍ଷିୟା ମହିଳା ଓ ତାଙ୍କ ୧୦ବର୍ଷର ପୁତ୍ରଙ୍କୁ ୟୁପିର ମୁରାଦାବାଦରେ ଜଣେ ବ୍ୟକ୍ତି ବନ୍ଧକ ରଖିଥିବା ମହିଳାଙ୍କ ସ୍ୱାମୀ ସମ୍ବଲପୁର ଧନୁପାଲି ଥାନାରେ ଏତଲା ଦେଇଛନ୍ତି। ଆଜି ମହିଳାଙ୍କ ସ୍ୱାମୀ ସମ୍ବଲପୁର ଏସପିଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି।

ସମ୍ବଲପୁର ପିବ୍ଲ୍ୟୁଡି କଲୋନୀରେ ରହୁଥିବା ଅଟୋ ଡ୍ରାଇଭର ସୁଶୀଲ ବଳ କହିଛନ୍ତି ଯେ, ତାଙ୍କର ପତ୍ନୀ ଅନୁପମାଙ୍କୁ ଘର ପାଖରେ ରହୁଥିବା ଜଣେ ଫେରିବାଲା ମୁରାଦାବାଦ ଜିଲ୍ଲାର ସମ୍ବଲଠାରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇଥିଲେ । ପରେ ସେ ଅନୁପମା ଓ ତାଙ୍କ ୧୦ବର୍ଷର ପୁଅଙ୍କୁ ମୁରାଦାବାଦ ନେଇ ଯାଇଥିଲେ। ପରେ ସେହି ଫେରିବାଲା ଅନୁପମାଙ୍କୁ ସେଠାରେ ବନ୍ଧକ ରଖି ନିର୍ଯାତନା ଦେଉଥିବାର ସୁଶିଲ ଅଭିଯୋଗ କରିଛନ୍ତି। ସୁଶିଲଙ୍କ କହିବା ଅନୁସାରେ ତାଙ୍କ ସ୍ତ୍ରୀ ଅନୁପମାଙ୍କୁ ଉଦ୍ଧାର କରିବା ପାଇଁ ସେ ସବୁ ତଥ୍ୟ ସହ ଧନୁପାଲି ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାର ଅଭିଯୋଗ କରିଛନ୍ତି। ଏଥିପାଇଁ ଆଜି ସୁଶିଲ ସମ୍ବଲପୁର ଏସପିଙ୍କୁ ଭେଟି ତାଙ୍କ ସ୍ତ୍ରୀ ଓ ପୁତ୍ରକୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ