Masthead

ମାଓବାଦୀ-ପୋଲିସ ଗୁଳିବିନିମୟ, ଟପ ମାଓ ନେତା ଚମ୍ପଟ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ଏବଂ କୋରାପୁଟ ପୋଲିସ ମିଳିତ ଅପରେସନରେ ଏକ ମାଓବାଦୀ କ୍ୟାମ୍ପ ମାଲକାନଗିରି ଜିଲ୍ଲା ବବଳିପାହାଡ଼ ଏବଂ କୁଂଖରୀଜଙ୍ଗଲରେ ରହିଥିବା ଖବର ପାଇଥିଲେ। ଏହି ଆଧାରରେ ଅପରେସନ ସମୟରେ ମାଓବାଦୀ ଏବଂ ସୁରକ୍ଷାବହିନୀ ମଧ୍ୟରେ ବହୁ ସମୟଧରି ଗୁଳି ବିନିମୟ ଘଟିଥିଲା। ଟପ ମାଓ ନେତା ସୁରେଶ ଏହି ସ୍ଥାନ ଛାଡି ଛତ୍ରଭଙ୍ଗ ଦେଇଥିଲା।

ପରେ ଯବାନମାନେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ ଜବତ ହୋଇଛି। ୩୦୩ ରାଇଫଲ, ମଗାଜିନ ,ଗୁଳି , ଔଷଧ, ୱାକିଟକି , ପୋଷାକ, ଜୋତା ସହ ବହୁ ଜିନିଷ ଜବତ କରିବାରେ ପୋଲିସ ସଫଳ ହୋଇଛି। ଗତ ୧୪ ତାରିଖରେ କୋରାପୁଟ ପୋଲିସ ଏସଜେଡସି କ୍ୟାଡରର ମାଓବାଦୀ ମହେନ୍ଦ୍ରକୁ ଗିରଫ ପରେ ଏହି ସଫଳତା ମିଳିଥିବା ମାଲକାନଗିରି ଏସ୍ପି କହିଛନ୍ତି। ଏହା ସହ ମାଓବାଦୀ ସଂଗଠନ ସହ ଜଡିତ ଥିବା କ୍ୟାଡର ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ମୁଖ୍ୟସ୍ରୋତରେ ସାମିଲ ହେବାକୁ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ