Before Header

ନଅ ମାସ ସ୍କୁଲକୁ ବନ୍ଦ କରାଯାଇ ପାରିବ ନାହିଁ: ଏମ୍ସ ମୁଖ୍ୟ

0 19

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାରା ଦେଶରେ ବର୍ତ୍ତମାନ କରୋନା ସ୍ଥିତି ଆୟତ୍ତ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟମାନଙ୍କରେ ସ୍କୁଲ କଲେଜ ଖୋଲିବା ଆରମ୍ଭ ହୋଇଯାଇଛି । ହେଲେ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ସହଜରେ ହଜମ କରିପାରୁ ନାହାଁନ୍ତି ଅଭିଭାବକ ଓ ବିଶେଷଜ୍ଞମାନେ । ତେବେ ଦେଶରେ ସମସ୍ତ ପିଲାମାନଙ୍କର ଟୀକାକରଣ ହୋଇନଥିବା ବେଳେ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ଅଭିଭାବକମାନେ ବିରୋଧ କରୁଥିବାର ଦେଖିବାକୁ ମିଳିଛି ।

ଏହା ମଧ୍ୟରେ ଏମ୍ସ ମୁଖ୍ୟ ଡକ୍ଟର ରଣଦୀପ ଗୁଲେରିଆ ଏନେଇ ମୁହଁ ଖୋଲିଛନ୍ତି । ତେବେ ଦେଶରେ ସମସ୍ତ ପିଲାମାନଙ୍କର ଟୀକାକରଣ ପାଇଁ ପାଖାପାଖି ନଅ ମାସ ସମୟ ଲାଗିବ । ସେତେ ପର୍ଯ୍ୟନ୍ତ ସ୍କୁଲମାନଙ୍କୁ ବନ୍ଦ କରିବା ସମ୍ଭବ ନୁହେଁ । ଏହା ଛଡା ପିଲାମାନଙ୍କର ବିକାଶ ପାଇଁ ସ୍କୁଲ ଖୋଲିବା ଅତ୍ୟନ୍ତ ଜରୁରୀ । ତେଣୁ ସରକାରଙ୍କର ସ୍କୁଲ ଖୋଲିବା ନିଷ୍ପତ୍ତିକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି ଏମ୍ସ ମୁଖ୍ୟ ।

Leave A Reply

Your email address will not be published.