Masthead

ଚାଷଜମିରେ ଯୁବ ଇଂଜିନିୟର

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଇଂଜିନିୟର ଯୁବକଙ୍କୁ ଚାକିରି ନୁହେଁ ରୋଜଗାରକ୍ଷମ କରାଇଛି ଚାଷ । ଇଂଜିନିୟର ଚାକିରି ଛାଡି ଜୈବିକ ପଦ୍ଧତିରେ ଚାଷ କରି ଉଦାହରଣ ପାଲଟିଛନ୍ତି ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ବାଲିପାଟଣା ଗ୍ରାମର ମୀନକେତନ ବେହେରା ଏବଂ ସୁନ୍ଦରୀ ବେହେରାଙ୍କ ପୁଅ ଜିତେନ୍ଦ୍ର ବେହେରା । ରାତି ପାହିବା କ୍ଷଣି ଚାଷ ଜମିରେ ପହଂଚି ଯାଆନ୍ତି ସିଭିଲ ଇଂଜିନିୟର ଜିତେନ୍ଦ୍ର ବେହେରା ।

ଜିତେନ୍ଦ୍ର ସମ୍ଭଲପୁର ଏକ ଘରୋଇ ଇଂଜିନିୟରିଂ କଲେଜରୁ ସିଭିଲି ଇଂଜିନିୟର ଭାବେ ପାସ କରିବା ପରେ ଦିଲ୍ଲୀରେ ଚାକିରି ପାଇଥିଲେ । ହେଲେ ସେଥିରେ ତାଙ୍କୁ ଆତ୍ମସନ୍ତୋଷ ମିଳିନଥିଲା । ଆଇଏସ ପରୀକ୍ଷା ପାଇଁ ଚାକିରି ଛାଡି ଥିଲେ । ହେଲେ ଆଇଏସ ପରୀକ୍ଷାରେ ଫେଲ ହୋଇ ଯିବାରୁ ସେ ଘରକୁ ଫେରି ଆସି ବାପାଙ୍କ ପ୍ରେରଣାରେ ଜୈବିକ ପଦ୍ଧତିରେ ଚାଷ କରିବା ଅରମ୍ଭ କରିଥିଲେ ।

ଜିତେନ୍ଦ୍ର ୨୦ ଏକର ଜମିରେ ଝୁଡ଼ଙ୍ଗ ଛୁଇଁ , ପୋଟଳ, ବାଇଗଣ, କଲରା, ନାଉ ଓ ଜହ୍ନି ଭଳି ପନିପରିବା ଚାଷ କରୁଛନ୍ତି । ଜିତେନ୍ଦ୍ରଙ୍କ ନିଜ ଜମି କହିଲେ କିଛି ନାହିଁ ହେଲେ ଜମିର ବାର୍ଷିକ ଖର୍ଚ୍ଚ ଦେଇ ଜମି ଲିଜ ନେଇଛନ୍ତି । ସେହି ଜମିରେ ଚାଷ କରନ୍ତି ଇଂଜିନିୟର ଜିତେନ୍ଦ୍ର । ନିଜେ ଜଣେ ସଫଳ ଚାଷୀ ହେବା ସହ ଚାଷ କାମରେ ୧୫ ରୁ ୨୦ ଜଣ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼