Masthead

ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ନେଇ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଧାରଣା

ବାହାନଗା(ବଡ଼ ଖବର ବ୍ୟୁରୋ): ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ନେଇ ସ୍କୁଲରେ ହଟ୍ଟଗୋଳ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ମହାରୁଦ୍ରପୁରରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଗରେ ଧାରଣା ଦେଲେ ଅଭିଭାବକ ଓ ଛାତ୍ର ଛାତ୍ରୀ । ଏମାନଙ୍କର ଅଭିଯୋଗ ହେଲା ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ନିମ୍ନମାନର ଖାଦ୍ୟ ଦିଆଯାଉଛି । ଏହି ମଧ୍ୟାହ୍ନ ଭୋଜନ ଦାଇତ୍ୱ ବହୁ ଦିନ ଧରି ଏକ ସ୍ୱୟଂ ସହାୟକ ଗୋଷ୍ଠୀ ନେଇଥିଲା । ପୂର୍ବରୁ ଏହି ଗୋଷ୍ଠୀକୁ ନେଇ ବିଦ୍ୟାଳୟରେ ଗଣ୍ଡଗୋଳ ହୋଇଥିଲା ଆଉ ଏପରି ସ୍ଥିତି ମଧ୍ୟ ହୋଇଥିଲା । ଯାହାଦ୍ୱାରା ଶିକ୍ଷା ବିଭାଗ ସ୍ୱୟଂ ସହାୟକ ଗୋଷ୍ଠୀ ହାତରୁ ନେଇ ବିଦ୍ୟାଳୟର ଶିକ୍ଷକ ମାନେ ୮ ମାସ ହେବ ବୁଝାବୁଝି କରୁଥିଲେ ।

ପରେ ଗୋଷ୍ଠୀର ମହିଳା ହାଇକୋର୍ଟର ଦ୍ୱାରସ୍ଥ ହେବା ପରେ କୋର୍ଟ ଉପଜିଲ୍ଲାପାଳଙ୍କୁ ବୁଝିବାକୁ ନିର୍ଦେଶ ଦେଇଥିଲେ । ତେଣୁ ନିଦେ୍ର୍ଦଶ ମୁତାବକ ଉପଜିଲ୍ଲାପାଳ ଗୋଷ୍ଠୀକୁ ଖାଦ୍ୟ ଦେବାକୁ ଆଦେଶ ଦେଇଥିଲେ କିନ୍ତୁ ଏବେ ସ୍କୁଲ ଖୋଲିବା ପରେ ଆଜି ପିଲାମାନେ ଓ ଅଭିଭାବକ ରୋଷେଇ ଘରେ ତାଲା ପକାଇଥିଲେ । ଯାହାଦ୍ୱାରା ଏକ ବଡ଼ ଗଣ୍ଡଗୋଳ ସ୍ଥିତି ଉପୁଜିଥିଲା କ୍ଷ ତେବେ ପିଲା ଓ ଅଭିଭାବକଙ୍କ କହିବା କଥା ସରକାର ଅନ୍ୟ କୌଣସି ଗୋଷ୍ଠୀ କିମ୍ବା ବିଦ୍ୟାଳୟର ଶିକ୍ଷକ ଦାୟିତ୍ୱ ନେଇ ଖାଇବାକୁ ଦେଲେ ସେମାନେ ଖାଇବେ । ନହେଲେ ସେମାନେ ଦେଉଥିବା ନିମ୍ନମାନର ଖାଦ୍ୟକୁ ସେମାନେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । ବିଦ୍ୟାଳୟର ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷୟତ୍ରୀଙ୍କ କହିବା କଥା ଉଭୟଙ୍କୁ ବୁଝାଇଲେ କେହି ବୁଝିବାକୁ ନାରାଜ ଏହା ଦ୍ୱାରା ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହେଉଛି । ତେବେ ସେ ଏହି ବାବଦରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ସେ କହିଛନ୍ତି । ଗଣ୍ଡଗୋଳ ତୀବ୍ର ହେବାରୁ ପିଲାମାନେ ଶିକ୍ଷୟତ୍ରୀ ମାନଙ୍କୁ ତାଲା ପକାଇଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର