ଛତିଶଗଡ ସୀମାରେ ଗୁଳି ବିନିମୟ, ୨୬ ମାଓବାଦୀ ନିହତ

ମାଲକାନଗିରି( ବଡ଼ ଖବର ବ୍ୟୁରୋ): ଛତିଶଗଡ ତେଲେଙ୍ଗାନା ସୀମାନ୍ତ କରେଗୁଟ୍ଟା ପାହାଡ଼ରେ ଚାଲିଥିବା ଦେଶର ସବୁଠାରୁ ବଡ ମାଓ ବିରୋଧୀ ଅପରେସନ ରେ ସୁରକ୍ଷା ବାହିନୀକୁ ମିଳିଲା ବଡ଼ ସଫଳତା । ଏନକାଉଣ୍ଟରରେ ୨୬ ଜଣ ମାଓବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ଅପରେସନ୍ କାଗାର ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ବେଳେ ନିହତ ନକ୍ସଲପନ୍ଥିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ବୋଲି ସୂତ୍ରରୁ ଜଣାପଡିଛି । ଦିଲ୍ଲୀରୁ ଅପରେସନ୍ ଉପରେ ନଜର ରଖିଛନ୍ତି ସିଆରପିଏଫ୍ ଡିଜି ଜ୍ଞାନେନ୍ଦ୍ର ପ୍ରତାପ ସିଂହ ।

ଛତିଶଗଡ ADG ନକ୍ସଲ ଅପରେସନ ବିବେକାନନ୍ଦ ସିହ୍ନା, CRPF ଆଇଜି ରାକେଶ ଅଗ୍ରୱାଲ ଓ ବସ୍ତର ଆଇଜିପି ସୁନ୍ଦରରାଜ ଆଜି ବିଜାପୁର ପହଞ୍ଚି ଅପରେସନରେ ସାମିଲ୍ ଥିବା ଜବାନଙ୍କୁ ସାକ୍ଷାତ କରିବେ । ଘଟଣା ସ୍ଥଳରୁ ଭାରି ମାତ୍ରାରେ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ବେଳେ ଲୁଚି ରହିଥିବା ଅନ୍ୟ ମାଓବାଦୀଙ୍କୁ ଧରିବା ଲାଗି କେରେଗୁଟ୍ଟା ଜଙ୍ଗଲରେ ଲଗାତାର ଭାବେ ଡ୍ରନ କେମେରା ଓ ବାୟୁ ସେନାର ହେଲିକେପ୍ଟର ବ୍ୟବହାର କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!