Masthead

ନେଟୱାର୍କ ଖୋଜୁ ଖୋଜୁ ଚାଲିଗଲା ଜୀବନ

ରାୟଗଡ଼ା(ବଡ଼ ଖବର ବ୍ୟୁରୋ): ଡିଜିଟାଲ ଶିକ୍ଷାର କରୁଣ ଚିତ୍ର । ନେଟୱାର୍କ ଖୋଜୁଖୋଜୁ ଚାଲିଗଲା ଜୀବନ । ଅନଲାଇନ ଶିକ୍ଷା ପାଇଁ ନେଟୱାର୍କ ପାଇବା ପାଇଁ ଚଢ଼ିଥିଲା ପାହାଡ । ଖୋଜିଖୋଜି ପାଇଥିଲା ନେଟୱାର୍କ । କିନ୍ତୁ ପଢ଼ିବା ପୂର୍ବରୁ ପଥର ତଳେ ଚାଲିଗଲା ଜୀବନ । ପାହାଡ ଉପରୁ ଧସିଆସିଲା ଗୋଟିଏ ବଡ ପଥର । ଆଉ କିଛି ଜାଣିବା ପୂର୍ବରୁ ୧୩ବର୍ଷରୁ ଆନ୍ଦ୍ରୀୟା ଜାଗାରାଙ୍ଗାଙ୍କ ଜୀବନ ଚାଲିଗଲା ।

ତେବେ ଲକଡାଉନ ଏବଂ ଅନଲାଇନ ଶିକ୍ଷା ଯୋଜନା ସରକାର କରିବା ପରଠାରୁ ଗଣମାଧ୍ୟମ ବିପର୍ଯ୍ୟସ୍ତ ବ୍ୟବସ୍ତା ଏବଂ ଏହାର ପ୍ରତିକାର ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲା । କିନ୍ତୁ ସ୍ଥାଣୁ ସରକାରଙ୍କ ନୀରବଦ୍ରଷ୍ଟା ଜଣେ ଛାତ୍ରଙ୍କ ଜୀବନ ନେଇଗଲା । ବିଫଳ ମୋବାଇଲ କନେକ୍ଟଭିଟି ଏବଂ ବିପର୍ଯ୍ୟସ୍ତ ନେଟୱାର୍କ ଶିକ୍ଷାକୁ ନେଇ କୋରାପୁଟ ଲୋକସଭା ସାଂସଦଙ୍କ ସାମ୍ବାଦିକ ସମ୍ମିଳନୀ ଚାଲିଥିଲା ।

ଜିଲ୍ଲାର ୧୮୨ଟି ପଞ୍ଚାୟତରୁ ୬୯ଟି ପଞ୍ଚାୟତରେ ନେଟୱାର୍କ ନଥିବା ଏବଂ ସଂସଦରେ ପ୍ରଶ୍ନ ଉଠାଇଥିବା କଥା କହୁଥିଲେ ସାଂସଦ । ଅପରପକ୍ଷରେ ରାଗୟଡା, ଗଜପତି ସୀମାନ୍ତରେ ରହୁଥିବା ପଦ୍ମପୁର ବ୍ଲକ ନୂଆଗଡ ଗ୍ରାମପଞ୍ଚାୟତ କନ୍ଧପାଣ୍ଡୃଗୁଡା ଗ୍ରାମର ଆନ୍ଦ୍ରୀୟା ଜାଗାରାଙ୍ଗା ୧୩ବର୍ଷର ଶିଶୁଟିଏ ଅନଲାଇନ ଶିକ୍ଷାପାଇଁ ସୀମାନ୍ତରେ ଥିବା ପାହାଡ ଚଢ଼ୁଥିଲେ । ଲକ୍ଷ୍ୟ ଥିଲା ନେଟୱାର୍କ ସହ ମୋବାଇଲ ଯୋଡ଼ି ହୋଇଗଲେ ପାଠ ପଢ଼ିବେ । କିନ୍ତୁ ସେ ଜାଣିନଥିଲେ ଆଉ କ୍ଷଣିକ ଭିତରେ ଚାଲିଯିବ ଜୀବନ ।

ଚଢ଼ିଚାଲିଥିଲେ ପାହାଡ ଶିଖର ଦେଶକୁ । ପଥର ଉପରେ ବସି ପଢ଼ିବା ସମୟରେ ହଠାତ ପଥରୁ ତଳୁ ମାଟି ଖସିଗଲା । ଆଉ ବସିଥିବା ପଥର ତଳକୁ ଖସିବାରେ ଲାଗିଲା । ଆଉ ପଥର ତଳେ ଚାପିହୋଇ ଆନ୍ଦ୍ରେୟାଙ୍କ ଜୀବନ ଚାଲିଗଲା । ସୁଚନା ପାଇ ଅଗ୍ନୀଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ୧ଘଣ୍ଟାର କସରତ ପରେ କ୍ଷତାକ୍ତ ଅବସ୍ଥାରେ ଶିଶୁଟିକୁ ପଥରୁ ତଳୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।

ତେବେ ବିଭିନ୍ନ ସ୍ଥାନରେ ଶିଶୁଟିକୁ ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପ୍ରଶ୍ନ ଉଠୁଛି । କେତେ ସଫଳତା ଆମ ଅନଲାଇନ ଶିକ୍ଷା । ଡିଜିଟାଲ ଦେଶର ସ୍ୱପ । ଶେଷରେ ନେଟୱାର୍କ ଖୋଜୁଖୋଜୁ ଜଣେ ଶିଶୁର ଜୀବନ ଚାଲିଗଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି