Masthead

ରୋଭର ପ୍ରଜ୍ଞାନ ଉପରେ ବିଶ୍ୱର ନଜର, ପ୍ରଜ୍ଞାନନ୍ଦାଙ୍କ ଉପରେ ଦେଶର ନଜର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଚନ୍ଦ୍ରାୟନ-୩ ସଫଳତା ପାଇଁ ସାରା ଭାରତ ଏବେ ବିଶ୍ୱରେ ଚର୍ଚ୍ଚାରେ । ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ଭାରତ ଥାପିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛନ୍ତି ଭାରତର ବିକ୍ରମ, ରୋଭର ପ୍ରଜ୍ଞାନ । ରୋଭର ପ୍ରଜ୍ଞାନ ଉପରେ ସାରା ବିଶ୍ୱର ଆଖି ରହିଥିବାବେଳେ ଆଉ ଜଣେ ପ୍ରଜ୍ଞାନନ୍ଦା ଉପରେ ରହିଛି ଦେଶର ନଜର । ବିଶ୍ୱ ଚେସ ଫିନାଲେ ପ୍ରଜ୍ଞାନନ୍ଦା ବିଶ୍ୱର ନମ୍ବର ଏକ ଖେଳାଳି କାର୍ଲସନଙ୍କୁ କଡ଼ା ଟକ୍କର ଦେଉଛନ୍ତି । ଦୁଇ ଦିନ ତଳେ ଆର. ପ୍ରଜ୍ଞାନନ୍ଦା ଓ କାର୍ଲସେନଙ୍କ ମଧ୍ୟରେ ଦୁଇ ଥର ଟକ୍କର ହୋଇଥିଲା ।

ଫାଇନାଲର ଦ୍ୱିତୀୟ କ୍ଲାସିକାଲ ଗେମ ଡ୍ର ହୋଇଥିଲା । ଆଜି ଟାଇବ୍ରେକରେ ବାହାରିବ କିଏ ହେବ ଚାମ୍ପିଅନ । ଭାରତର ୧୮ ବର୍ଷ ବୟସ୍କ ଆର ପ୍ରଗ୍ନାନ୍ଧ ବିଶ୍ୱ ଚାମ୍ପିଆନ ନରୱେର କାର୍ଲସେନଙ୍କ ମଧ୍ୟରେ ମ୍ୟାଚ ହେଉଛି । ଶେଷଥର ପାଇଁ ଭାରତର ବିଶ୍ୱନାଥନ ଆନନ୍ଦ ୨୧ ବର୍ଷ ତଳେ ବିଶ୍ୱଚାମ୍ପିଅନ ହୋଇପାରିଥିଲେ । ଏବେ ସମସ୍ତଙ୍କ ନଜର ରହିଛି ପ୍ରଜ୍ଞାନନ୍ଦାଙ୍କ ଉପରେ । ଯେଉଁଭଳି ପ୍ରଜ୍ଞାନ ଖୁସି ଆଣିଛି ସେହିଭଳି ପ୍ରଜ୍ଞାନନ୍ଦା ବି ଖୁସି ଆଣିବେ ଏହି ଆଶା ଦେଶବାସୀ ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼