Masthead

କରୋନା ପାଇଁ ଖୋର୍ଦ୍ଧାର ବରୁଣେଇ ପୀଠରେ ୧୪୪ ଧାରା

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ଓଡ଼ିଶାର ପ୍ରସିଦ୍ଧ ତଥା ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବରୁଣେଇ ପୀଠ ଆଜି ରଜ ପର୍ବରେ ପୁରା ଖାଁ ଖାଁ । ପ୍ରତିବର୍ଷ ରଜ ସମୟରେ ଏଠାରେ ରଜ ମହୋତ୍ସବ ପାଳନ ହେବା ସହ ମେଳା ଅନୁଷ୍ଠିତ ହୋଇଥାଏ । କିନ୍ତୁ ବିଗତ ଦୁଇ ବର୍ଷ ଧରି କରୋନା ମହାମାରୀ ପ୍ରକୋପ ହେତୁ ଏଠାରେ ସବୁକିଛି ବଦଳି ଯାଇଛି । ଏବର୍ଷ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କ ନିର୍ଦେଶ ନାମା ଜାରି ପରେ କରୋନା ପାଇଁ ରଜଯାତ୍ରା ପର୍ବ ପାଳନ ଉପରେ ମନ୍ଦିରରେ ଲାଗିଛି ୧୪୪ ଧାରା । ପ୍ରତିବର୍ଷ ମା ବରୁଣେଇଙ୍କ ପୀଠରେ ରଜ ଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଥାଏ ।

ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଭକ୍ତ ଏହି ସମୟରେ ଏଠାକୁ ଆସି ମାଙ୍କୁ ଦର୍ଶନ କରିବା ସହ ରଜ ଯାତ୍ରାକୁ ମନଭରି ଉପଭୋଗ କରନ୍ତି । ଏହି ସମୟରେ ଶହ ଶହ ଦୋକାନ ବଜାର, ରାମଦୋଳି ପଡିଥାଏ । ଯାହା ଫଳରେ କିଣା ବିକା ମଧ୍ୟ ବ୍ୟାପକ ହୁଏ । କିନ୍ତୁ କୋରୋନା ପାଇଁ ପ୍ରଶାସନ ପକ୍ଷରୁ୧୪୪ଧାରା ଜାରି ଯୋଗୁଁ ସବୁ ବନ୍ଦ । ମନ୍ଦିର ସାଧାରଣ ଲୋକଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । କିନ୍ତୁ ମା ବରୁଣେଇ ବରୁଣେଇଙ୍କ ନୀତିକାନ୍ତିରେ କିଛି ପ୍ରଭାବିତ ହୋଇନାହିଁ । ସେହିପରି ଲୋକମାନେ ମଧ୍ୟ କରୋନା ସଂକ୍ରମଣ ଦ୍ୱିତୀୟ ଲହରର ଭୟାବହତାକୁ ଉପଲବ୍ଧି କରି ପ୍ରଶାସନର ନିର୍ଦ୍ଦେଶକୁ ମାନି ନିଜ ନିଜ ଘରେ ରହି ପିଠାପଣା ଖାଇ କୁଆଁରୀ ମାନେ ରଜପର୍ବ ପାଳନ କରୁଥିବା ଦେଖିବାକୁ ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା