Masthead

କରୋନା ପାଇଁ ଖୋର୍ଦ୍ଧାର ବରୁଣେଇ ପୀଠରେ ୧୪୪ ଧାରା

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ଓଡ଼ିଶାର ପ୍ରସିଦ୍ଧ ତଥା ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବରୁଣେଇ ପୀଠ ଆଜି ରଜ ପର୍ବରେ ପୁରା ଖାଁ ଖାଁ । ପ୍ରତିବର୍ଷ ରଜ ସମୟରେ ଏଠାରେ ରଜ ମହୋତ୍ସବ ପାଳନ ହେବା ସହ ମେଳା ଅନୁଷ୍ଠିତ ହୋଇଥାଏ । କିନ୍ତୁ ବିଗତ ଦୁଇ ବର୍ଷ ଧରି କରୋନା ମହାମାରୀ ପ୍ରକୋପ ହେତୁ ଏଠାରେ ସବୁକିଛି ବଦଳି ଯାଇଛି । ଏବର୍ଷ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କ ନିର୍ଦେଶ ନାମା ଜାରି ପରେ କରୋନା ପାଇଁ ରଜଯାତ୍ରା ପର୍ବ ପାଳନ ଉପରେ ମନ୍ଦିରରେ ଲାଗିଛି ୧୪୪ ଧାରା । ପ୍ରତିବର୍ଷ ମା ବରୁଣେଇଙ୍କ ପୀଠରେ ରଜ ଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଥାଏ ।

ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଭକ୍ତ ଏହି ସମୟରେ ଏଠାକୁ ଆସି ମାଙ୍କୁ ଦର୍ଶନ କରିବା ସହ ରଜ ଯାତ୍ରାକୁ ମନଭରି ଉପଭୋଗ କରନ୍ତି । ଏହି ସମୟରେ ଶହ ଶହ ଦୋକାନ ବଜାର, ରାମଦୋଳି ପଡିଥାଏ । ଯାହା ଫଳରେ କିଣା ବିକା ମଧ୍ୟ ବ୍ୟାପକ ହୁଏ । କିନ୍ତୁ କୋରୋନା ପାଇଁ ପ୍ରଶାସନ ପକ୍ଷରୁ୧୪୪ଧାରା ଜାରି ଯୋଗୁଁ ସବୁ ବନ୍ଦ । ମନ୍ଦିର ସାଧାରଣ ଲୋକଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । କିନ୍ତୁ ମା ବରୁଣେଇ ବରୁଣେଇଙ୍କ ନୀତିକାନ୍ତିରେ କିଛି ପ୍ରଭାବିତ ହୋଇନାହିଁ । ସେହିପରି ଲୋକମାନେ ମଧ୍ୟ କରୋନା ସଂକ୍ରମଣ ଦ୍ୱିତୀୟ ଲହରର ଭୟାବହତାକୁ ଉପଲବ୍ଧି କରି ପ୍ରଶାସନର ନିର୍ଦ୍ଦେଶକୁ ମାନି ନିଜ ନିଜ ଘରେ ରହି ପିଠାପଣା ଖାଇ କୁଆଁରୀ ମାନେ ରଜପର୍ବ ପାଳନ କରୁଥିବା ଦେଖିବାକୁ ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି