Masthead

କରୋନା ପାଇଁ ଫିକା ପଡିଛି ପହିଲି ରଜ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ବାର ମାସରେ ତେର ପର୍ବ, ସେଥିମଧ୍ୟରୁ ଓଡ଼ିଆ ମାନଙ୍କର ରଜ ପର୍ବ ଏକ ଶ୍ରେଷ୍ଠ ପର୍ବ |  କେନ୍ଦୁଝର ଜିଲ୍ଲାରେ ଏହି ପର୍ବକୁ ବେଶ ଧୁମଧାମରେ ପାଳନ କରାଯାଇଥାଏ | ଗ୍ରାମ ଗୁଡିକରେ ବହୁ ସଂଖ୍ୟାରେ ଦୋଳି ଓ ପିଠାପଣା ତିଆରି କରି ଏହି ପର୍ବକୁ ପାଳନ କରିଥାଆନ୍ତି । ଅନ୍ୟ ଅଞ୍ଚଳରେ ଏହି ପର୍ବକୁ ତିନି ଦିନ ଧରି ପାଳନ କରୁଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଏହି ପର୍ବକୁ ପାଞ୍ଚଦିନ ଧରି ପାଳନ କରନ୍ତି । ମାତ୍ର ଚଳିତ ବର୍ଷ କରୋନା ଦ୍ଵିତୀୟ ଲହର ଛଡେଇ ନେଇଛି ଏ ବର୍ଷର ରଜ ମଉଜ | ସତେ ଯେମିତି ସବୁ ଫିକା ପଡ଼ିଯାଇଛି |

କେନ୍ଦୁଝର ଜିଲ୍ଲାର ଗଣପର୍ବ ରଜରେ ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠେ । ଗ୍ରାମ ଗୁଡ଼ିକରେ ରଜକୁ ମହଉତ୍ସବ ରୂପେ ପାଳନ କରାଯାଇଥାଏ, ତେବେ ଜୁନ ମାସ ପହିଲାରୁ ଏଥିପାଇଁ ପ୍ରସ୍ତୁତ ଆରମ୍ଭ ହୋଇଯାଇଥାଏ, ଗ୍ରାମର ଲୋକ ମାନେ ଜଙ୍ଗଲକୁ ଯାଇ ଦୋଳି କାଠ ଆଣି ଦୋଳି ତିଆରି କରିବା ପାଇଁ ଲାଗିପଡନ୍ତି | ତେବେ ଏସବୁ ଗ୍ରାମ ଗୁଡ଼ିକରେ ଦୋଳି ପଡ଼ିଆରେ ପାଞ୍ଚଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ସହ ରଜପାନ ପସରା ଓ ବିଭିନ୍ନ ଦୋକାନ ବଜାର ଅନୁଷ୍ଠିତ ହୋଇଥାଏ। ପାରମ୍ପାରିକ ରିତିରେ ବସୁଧା ମାତାର ପୂଜା କରିବା ପରେ ରଜ ପଡ଼ିଆରେ ଦୋଳି ପୂଜା କରିଥାନ୍ତି | ଖାସ କରି କୁଆଁରୀ ଝିଅ ମାନେ ଏହି ରଜ ପର୍ବକୁ ବେଶ ଉପଭୋଗ କରୁଥିବା ବେଳେ ଚଳିତବର୍ଷ ସେମାନଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି ।

କିନ୍ତୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟରେ ତାଲାବନ୍ଦ କଟକଣା ଥିବାରୁ ସମସ୍ତ ସ୍ଥାନରେ ରଜ ଉତ୍ସବକୁ ବନ୍ଦ ରଖାଯାଇଛି। ଲୋକେ ସାମାଜିକ ଦୂରତା ରକ୍ଷା କରି ନିଜ ନିଜ ଘରେ ରଜ ପାଳିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅଗଣାରେ ଦୋଳି ପକାଇ ଘରେ ପିଠା, ମିଠା,ପାନ ଖାଇ ପରିବାର ସହ ଯେତେ ରଜ ପାଳନ କଲେ ବି ପୂର୍ବର ମଜା ଫିକା ପଡିବ ବୋଲି ଲୋକେ କହୁଛନ୍ତି । ତେବେ କେବେ ହଟିବ ଏହି କରୋନା ପୁଣି ଫେରିବ ସେହି ରଜ ମଉଜ ଅପେକ୍ଷା କେବଳ ଆର ବର୍ଷକୁ |

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ