Masthead

କେନ୍ଦ୍ରମନ୍ତ୍ରୀ କହିଲେ ଗୋ ବ୍ୟାକ, କୋଟିଆରେ ଆନ୍ଧ୍ର ଲାଗୁ କଲା କେନ୍ଦ୍ର ଯୋଜନା

କୋରାପୁଟ(ବଡ଼ ଖବର ବ୍ୟୁରୋ): କୋଟିଆରେ ବାରମ୍ବାର ପ୍ରବେଶ କରୁଛି ଆନ୍ଧ୍ର । କେନ୍ଦ୍ର ସରକାରଙ୍କ ଯୋଜନାକୁ ମଧ୍ୟ ଏଠାରେ କାର୍ଯ୍ୟକାରୀ କରୁଛି । ଉତ୍କଳ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆରେ ଦେଇଥିଲେ ଆନ୍ଧ୍ର ଗୋ ବ୍ୟାକ ନାରା । ଯାହାକୁ ଚ୍ୟାଲେଞ୍ଜ କରିଛି ଆନ୍ଧ୍ର । କେନ୍ଦ୍ର ସରକାରଙ୍କ ଯୋଜନାକୁ କୋଟିଆରେ କାର୍ଯ୍ୟକାରୀ କରିଛି । ଏବଂ କୋଟିଆରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ଓଡ଼ିଶାରେ ବିକ୍ରି ନକରିବାକୁ କହାଯାଇଛି । କୋଟିଆ ପଞ୍ଚାୟତର ଆଦିବାସୀ ଏବଂ ମହିଳାଙ୍କୁ ଅନୁପ୍ରବେଶ ନିମନ୍ତେ ଅସ୍ତ୍ର ଭଳି ବ୍ୟବହାର କରିବାକୁ ଯୋଜନା କରିଛି ଆନ୍ଧ୍ରପ୍ରଦେଶ ।

ଆଦିବାସୀଙ୍କ ବିକାଶ ଏବଂ ଆର୍ଥିକ ସ୍ୱାବଲମ୍ବୀ କରିବାକୁ କେନ୍ଦ୍ର ସରକାର ୨୦୧୮ ଏପ୍ରିଲ ୧୪ରେ ବନଧନ ବିକାଶ ଯୋଜନା କାର୍ଯ୍ୟକାରୀ କରିଥିଲେ । ଏହି ଯୋଜନାକୁ କୋଟିଆରେ ଆରମ୍ଭ କରିବାକୁ ଆନ୍ଧ୍ର ଯୋଜନା କରିଛି । ପାର୍ବତୀପୁରମ ମାନ୍ୟମ ଜିଲ୍ଲା ପ୍ରଶାସନ ପକ୍ଷରୁ ଫାଟୁସିନେରୀ ଠାରେ ମହିଳାଙ୍କ ସମାବେଶର ଆୟୋଜନ କରାଯାଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ କେନ୍ଦ୍ର ସରକାରଙ୍କ ଏହି ଯୋଜନା ବିଷୟରେ ଆନ୍ଧ୍ର ଜୀବିକା ମିସନ ପରିଚାଳକ ଏସ୍‌.ଏନ୍‌ ଜୟକୁମାର, ଡିଏମ୍‌ଜି ସତ୍ୟନାରାୟଣ ସି.ସି, ପଞ୍ଚାୟତ ଅଧିକାରୀମାନେ ସଚେତନ କରାଇଥିଲେ। ଏବଂ ଓଡ଼ିଶା ବିରୋଧରେ ଷଡ଼ଯନ୍ତ୍ରର ମଞ୍ଜି ବୁଣିଥିଲେ।

କୋଟିଆ ଅଞ୍ଚଳର ୧୫ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ମିଶ୍ରଣ କରି ଆନ୍ଧ୍ର ପକ୍ଷରୁ ବନଧନ ବିକାଶ କେନ୍ଦ୍ର ଗଠନ କରାଯାଇଥିବା ବେଳେ ସେଠାରେ ଉତ୍ପାଦନ ହେଉଥିବା କଦଳୀ, ବାଉଁଶ ସହ ବନଜାତ ସାମଗ୍ରୀର ପ୍ରକ୍ରିୟାକରଣ, ପ୍ୟାକେଜିଂ, ମୂଲ୍ୟବୃଦ୍ଧି ଓ ବଜାର ସୃଷ୍ଟି ବିଷୟରେ ମହିଳାଙ୍କୁ ଅବଗତ କରାଯାଇଥିଲା। ଏହାପରେ ହଳଦୀ, ବାଉଁଶ ସାମଗ୍ରୀ, ଫୁଲଝାଡୁ, ତେନ୍ତୁଳି, ସିଆଡି ପତ୍ରରୁ ଖଲିପତ୍ର ଆଦି ଓଡ଼ିଶାରେ ବିକ୍ରି ନକରିବାକୁ ସିଧାସଳଖ କୁହାଯାଇଥିଲା। ଆନ୍ଧ୍ରକୁ ବିକ୍ରି କରିବା ପାଇଁ ପ୍ରୋତ୍ସାହିତ କରି ଯୋଜନାର ସୁବିଧା ତଥା ସୁଯୋଗ ବିଷୟରେ ବୁଝାଇଥିଲେ। ସମସ୍ତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ୟ୍ୟ କରି ପ୍ରଦାନ କରାଯିବ ବୋଲି ପ୍ରଲୋଭିତ କରାଯାଇଥିଲା। କେନ୍ଦ୍ର ସରକାର ଉପରୋକ୍ତ ଯୋଜନାକୁ ୫ବର୍ଷ ତଳେ କାର୍ୟ୍ୟକାରୀ କରିଥିବା ବେଳେ ଚଳିତବର୍ଷ କୋଟିଆରେ ତାହାକୁ ଆନ୍ଧ୍ର ଲାଗୁ କରିବା ମନ୍ଦ ଉଦ୍ଦେଶ୍ୟକୁ ପ୍ରମାଣିତ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା