Masthead

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍

ପୁରୀ (ବଡ଼ ଖବର ବ୍ୟୁରୋ): ପୁଣି ଶ୍ରୀମନ୍ଦିର ନିଶିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍ । ଶ୍ରୀମନ୍ଦିର ନୀଳଚକ୍ର ଉପରେ ମାରିଲା ପଇଁତରା । ନୀଳଚକ୍ର ଠାରୁ ସିଂହଦ୍ଵାର,ପୁଣି ସିଂହଦ୍ଵାର ଠାରୁ ଉତ୍ତରଦ୍ୱାର ପର୍ୟ୍ୟନ୍ତ ପରିକ୍ରମା ମାର୍ଗ ଉପରି ଭାଗରେ ପ୍ରାୟ ୧୫ ମିନିଟ କାଳ ପଇଁତରା ମାରିଥିବା ଦେଖିବାକୁ ମିଳିଛି । କେଉଁଠାରୁ ଡ୍ରୋନ ଅପରେଟ ହେଉଛି, କିଏ ଅପରେଟ୍ କରୁଛି ତାହା ଯାଞ୍ଚ କରୁଛି ପୋଲିସ ।

ଡ୍ରୋନ୍ କ୍ୟାମେରାରେ ଶ୍ରୀମନ୍ଦିରର ସମ୍ବେଦନଶୀଳ ସ୍ଥାନ ଗୁଡିକର ଟିକିନିଖି ଭିଜୁଆଲ ନିଆଯାଇଥିବା ଜଣାପଡିଛି । ଦୀର୍ଘ ୧୫ ମିନିଟ୍ ଧରି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିଥିବା ବେଳେ ଏହାକୁ କିଏ ଏବଂ କେଉଁଠାରୁ ଅପରେଟ୍ କରୁଥିଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଘଟଣାକୁ ପୁରୀ ପୋଲିସ ଗୁରୁତର ସହ ନେଇ ତଦନ୍ତ କରୁଛି । ବାରମ୍ବାର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ବେଳେ ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି ସିଷ୍ଟମ କେବେଠାରୁ କାର୍ୟ୍ୟ କ୍ଷମ ହେବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି