Masthead

ପଞ୍ଚାୟତ ନିର୍ବାଚନ ଟିକେଟକୁ ନେଇ ଟିଏମସିର ଦୁଇ ନେତାଙ୍କୁ ହତ୍ୟା

କୋଲକାତା (ବଡ଼ ଖବର ବ୍ୟୁରୋ):ପଞ୍ଚାୟତ ନିର୍ବାଚନ ଟିକେଟକୁ ନେଇ ଗଣ୍ଡଗୋଳ । ଟିଏମସିର ଦୁଇ ନେତାଙ୍କୁ ଗୁଳିକରି ହତ୍ୟା । ଗତକାଲି ରାମନବମୀ ଅବସରରେ ପଶ୍ଚିମବଙ୍ଗରେ ଭୟଙ୍କର ଦଙ୍ଗା ଦେଖିବାକୁ ମିଳିଥିବା ବେଳେ ଆଜି ପୁଣି ଦେଖିବାକୁ ମିଳିଛି ଏକ ବଡ଼ ଅଘଟଣ । ପଞ୍ଚାୟତ ନିର୍ବାଚନ ନେଇ ଆୟୋଜିତ ବୈଠକରେ ଗୁଳିମାଡ଼ କରାଯାଇଛି । ଏହି ଘଟଣାରେ ତୃଣମୂଳ କଂଗ୍ରେସ (ଟିଏମସି)ର ୨ ଜଣ କାର୍ଯ୍ୟକର୍ତ୍ତାଙ୍କର ମୃତ୍ୟୁ ଘଟିଛି ।

ଦୁଇ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଣି ଥରେ ରାଜ୍ୟ ରାଜନୀତି ସରଗରମ୍ ରହିଛି । ସୂଚନା ଅନୁସାରେ ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାର ଅଛି । ସେଥିପାଇଁ ଟିଏମସିର ପ୍ରାର୍ଥୀ ଚୟନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଏହି ବୈଠକରେ ଦଳର ଦୁଇପକ୍ଷଙ୍କ ମଧ୍ୟରେ ଭୟଙ୍କର ବିବାଦ ଦେଖାଦେଇଥିଲା । ଫଳରେ ଗୁଳିମାଡ଼ରେ ଟିଏମସିର ଦୁଇ କାର୍ଯ୍ୟକର୍ତ୍ତା ଫୈଜୁଲ ରହମାନ ଓ ହାସୁ ମହମ୍ମଦଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ମେଡିକାଲକୁ ନିଆଯାଇଥିଲେ ହେଁ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ 🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ 🔴 ତେହେରାନରେ ପାକ୍ ସେନା ମୁଖ୍ୟ 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ 🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ 🔴 ତେହେରାନରେ ପାକ୍ ସେନା ମୁଖ୍ୟ 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି