Masthead

ପରକୀୟା ପ୍ରୀତିରୁ ହଟହଟା ହେଲେ ବିଧବା ମହିଳା

ଅନୁଗୁଳ  (ବଡ଼ ଖବର ବ୍ୟୁରୋ):  ପରକୀୟା ପ୍ରୀତିରୁ ହଟହଟା ହେଲେ ବିଧବା ମହିଳା । କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ବିଧବା ମହିଳା ଓ ତାଙ୍କ ପ୍ରେମିକ । ବିଧବା ମହିଳା ଓ ପ୍ରେମିକକୁ ଅଂସଯତ ଅବସ୍ଥାରେ ଘରୁ ଉଦ୍ଧାର କରି ମାଡ ମାରିବା ସହ ,ହାତ ବାନ୍ଧି ଗାଁ ଦାଣ୍ଡରେ ବୁଲାଇ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ । ତାଳଚେର କଣ୍ଢାଳ ପଞ୍ଚାୟତ ଅଞ୍ଚଳର ଜଣେ ବିଧବା ମହିଳା ଖଣିରେ ସୁରକ୍ଷାକର୍ମୀ ଭାବେ କାମ କରନ୍ତି । ବିବାହର ଅଳ୍ପ ଦିନ ପରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁପରେ ସେ ତାଙ୍କ ଶଶୁର ଘରେ ରୁହନ୍ତି ।

କିଛିଦିନ ହେଲା ବାଲୁଗାଁର ଜଣେ ଯୁବକଙ୍କ ସହ ମହିଳାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବକ ଜଣଙ୍କ ଲୁଚିଛପି ଆସି ମହିଳାଙ୍କୁ ଦେଖା କରନ୍ତି । ଯୁବକ ଜଣଙ୍କ ମହିଳାଙ୍କ ନିକଟକୁ ଆସିଥିବା ବେଳେ ଶଶୁର ଘର ଲୋକ ଜାଣିପାରି ଉଭୟ ଥିବା କୋଠରୀର ବାହାରୁ ତାଲା ପକାଇ ଦେଇଥିଲେ । ଆଉ ସକାଳେ ସାହି ଲୋକଙ୍କ ଉପସ୍ଥିତିରେ କବାଟ ଖୋଲିବା ପରେ ଉଭୟଙ୍କୁ ମାଡ ମାରିବା ସହ ଏକ ଦଉଡିରେ ବାନ୍ଧି ଦେଇଥିଲେ । ଏତିକିରେ ରହି ନଥିଲେ ସାହି ଲୋକ କି ଶାଶୁ ଘର ଲୋକେ । ଉଭୟଙ୍କୁ ଏକାଠି ବାନ୍ଧି ରାସ୍ତାରେ ବୁଲାଇଥିଲେ । ଆଇନକୁ ହାତକୁ ନେଇ ଏଭଳି ରାସ୍ତାରେ ବୁଲାଇଥିବା ବେଳେ ଦେଖଣାହାରୀ ସାଜିଥିଲେ ଅନେକ ଲୋକ ।

କିଏ ତାତ୍ସଲ୍ୟ କରୁଥିଲା ତ କିଏ ମୋବାଇଲରେ ଭିଡ଼ିଓ ଉଠାଇ ମଜ୍ଜା ନେଉଥିଲା । ପ୍ରାୟ ୨ ଘଣ୍ଟା ଏଭଳି ତାମସା ଚାଲିଥିଲା । ପରେ ପ୍ରେମିକର ପରିବାର ଲୋକଙ୍କୁ ଡକାଇ ଉଭୟଙ୍କ ମଧ୍ୟରେ ଆପୋଷ ଆଲୋଚନା କରି ଛାଡି ଦେଇଥିଲେ । ଆଇନର ଆଶ୍ରୟ ନ ନେଇ ଲୋକ କାହିଁକି ଆଇନକୁ ହାତକୁ ନେଲେ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି । ସେପଟେ ଏ ନେଇ ପୋଲିସରେ କୌଣସି ଅଭିଯୋଗ ହୋଇ ନଥିବା ଜଣା ପଡିଛି । ଆଇନକୁ ହାତକୁ ନେଇଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି । ଗ୍ରାମବାସୀ ଙ୍କ କଙ୍ଗାରୁ କୋର୍ଟ ମାନବ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ