Masthead

ପରକୀୟା ପ୍ରୀତିରୁ ହଟହଟା ହେଲେ ବିଧବା ମହିଳା

ଅନୁଗୁଳ  (ବଡ଼ ଖବର ବ୍ୟୁରୋ):  ପରକୀୟା ପ୍ରୀତିରୁ ହଟହଟା ହେଲେ ବିଧବା ମହିଳା । କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ବିଧବା ମହିଳା ଓ ତାଙ୍କ ପ୍ରେମିକ । ବିଧବା ମହିଳା ଓ ପ୍ରେମିକକୁ ଅଂସଯତ ଅବସ୍ଥାରେ ଘରୁ ଉଦ୍ଧାର କରି ମାଡ ମାରିବା ସହ ,ହାତ ବାନ୍ଧି ଗାଁ ଦାଣ୍ଡରେ ବୁଲାଇ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ । ତାଳଚେର କଣ୍ଢାଳ ପଞ୍ଚାୟତ ଅଞ୍ଚଳର ଜଣେ ବିଧବା ମହିଳା ଖଣିରେ ସୁରକ୍ଷାକର୍ମୀ ଭାବେ କାମ କରନ୍ତି । ବିବାହର ଅଳ୍ପ ଦିନ ପରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁପରେ ସେ ତାଙ୍କ ଶଶୁର ଘରେ ରୁହନ୍ତି ।

କିଛିଦିନ ହେଲା ବାଲୁଗାଁର ଜଣେ ଯୁବକଙ୍କ ସହ ମହିଳାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବକ ଜଣଙ୍କ ଲୁଚିଛପି ଆସି ମହିଳାଙ୍କୁ ଦେଖା କରନ୍ତି । ଯୁବକ ଜଣଙ୍କ ମହିଳାଙ୍କ ନିକଟକୁ ଆସିଥିବା ବେଳେ ଶଶୁର ଘର ଲୋକ ଜାଣିପାରି ଉଭୟ ଥିବା କୋଠରୀର ବାହାରୁ ତାଲା ପକାଇ ଦେଇଥିଲେ । ଆଉ ସକାଳେ ସାହି ଲୋକଙ୍କ ଉପସ୍ଥିତିରେ କବାଟ ଖୋଲିବା ପରେ ଉଭୟଙ୍କୁ ମାଡ ମାରିବା ସହ ଏକ ଦଉଡିରେ ବାନ୍ଧି ଦେଇଥିଲେ । ଏତିକିରେ ରହି ନଥିଲେ ସାହି ଲୋକ କି ଶାଶୁ ଘର ଲୋକେ । ଉଭୟଙ୍କୁ ଏକାଠି ବାନ୍ଧି ରାସ୍ତାରେ ବୁଲାଇଥିଲେ । ଆଇନକୁ ହାତକୁ ନେଇ ଏଭଳି ରାସ୍ତାରେ ବୁଲାଇଥିବା ବେଳେ ଦେଖଣାହାରୀ ସାଜିଥିଲେ ଅନେକ ଲୋକ ।

କିଏ ତାତ୍ସଲ୍ୟ କରୁଥିଲା ତ କିଏ ମୋବାଇଲରେ ଭିଡ଼ିଓ ଉଠାଇ ମଜ୍ଜା ନେଉଥିଲା । ପ୍ରାୟ ୨ ଘଣ୍ଟା ଏଭଳି ତାମସା ଚାଲିଥିଲା । ପରେ ପ୍ରେମିକର ପରିବାର ଲୋକଙ୍କୁ ଡକାଇ ଉଭୟଙ୍କ ମଧ୍ୟରେ ଆପୋଷ ଆଲୋଚନା କରି ଛାଡି ଦେଇଥିଲେ । ଆଇନର ଆଶ୍ରୟ ନ ନେଇ ଲୋକ କାହିଁକି ଆଇନକୁ ହାତକୁ ନେଲେ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି । ସେପଟେ ଏ ନେଇ ପୋଲିସରେ କୌଣସି ଅଭିଯୋଗ ହୋଇ ନଥିବା ଜଣା ପଡିଛି । ଆଇନକୁ ହାତକୁ ନେଇଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି । ଗ୍ରାମବାସୀ ଙ୍କ କଙ୍ଗାରୁ କୋର୍ଟ ମାନବ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ