Masthead

୨୫ କିମି ଚାଲିଚାଲି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଲେ ୧୪ ଛାତ୍ର

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ରାୟଗଡ଼ା ବ୍ଲକ ବଡରାଇସିଂ ଆଶ୍ରମର ୧୪ ଜଣ ଛାତ୍ର ବିଦ୍ୟାଳୟ ହଷ୍ଟେଲ ଛାଡି ପହଞ୍ଚିଛନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ। ରାତି ତମାମ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଛାତ୍ରମାନେ । ବିଦ୍ୟାଳୟ ଓ ହଷ୍ଟେଲରେ ନାନା ଅବ୍ୟବସ୍ଥା ପ୍ରତିବାଦରେ ସେମାନେ ହଷ୍ଟେଲ ଛାଡ଼ିଥିବା କହିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜିଲ୍ଲାରେ ମହାବଳ ବାଘ ଓ ହାତୀପଲ ଉତ୍ପାତ୍ତ ମଚାଇଥିବା ବେଳେ ଏହି ୧୪ ଜଣ ଛାତ୍ର ଜଙ୍ଗଲ ଭିତରେ ଚାଲି ଚାଲି ଆସିଥିଲେ। ଯାହାକି ବର୍ତ୍ତମାନ ଚିନ୍ତାର କାରଣ ହୋଇଛି। ବଡରାଇସିଂ ଆଶ୍ରମରେ ୨୪୦ ଜଣ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଥିବା ବେଳେ । ସମସ୍ତ ଛାତ୍ରଛାତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ସେଠାରେ ରହୁଛନ୍ତି । ସେମାନଙ୍କ ଉପରେ ନିର୍ଯ୍ୟାତନା ଅସହ୍ୟ ହେବାରୁ ହଷ୍ଟେଲ ଛାଡି ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ଆସିଥିବା କହିଛନ୍ତି। ଜିଲ୍ଲାପାଳ ଆସିବା ପରେ ସମସ୍ତ କଥା ଜଣାଇବୁ ବୋଲି କହିଛନ୍ତି ଛାତ୍ରମାନେ।

ଛାତ୍ରଙ୍କ ଅଭିଯୋଗ, ହଷ୍ଟେଲରେ ଖାଇବା ପାଇଁ ଠିକ୍ ଭାବରେ ଦିଆଯାଉ ନାହିଁ। ଖାଇବା ପାଇଁ କହିଲେ ମାଡ ମାରିବା ସହିତ ବିତାଡିତ କରିବା ଭୟ ଦେଖାଉଛନ୍ତି ପ୍ରଧାନଶିକ୍ଷକ ବିଶ୍ଵାମିତ୍ର ସୁନା। ଏଭଳିକି ସରକାରଙ୍କ ତରଫରୁ ଯେଉଁ ସବୁ ସାମଗ୍ରୀ ପ୍ରଦାନ କରାଯାଉଛି ତାହା ହଡ଼ପ ହେଉଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ପ୍ରଧାନଶିକ୍ଷକ ବିଶ୍ଵାମିତ୍ର ସୁନାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା । ରାୟଗଡ଼ା ସହର ଉପକଣ୍ଠ କଲାଗୁଡା ସ୍ଥିତ ଅନ୍ୱେସା ହଷ୍ଟେଲରୁ ମଧ୍ୟ ସମାନ ଅଭିଯୋଗ ଆସିଥିଲା। ସେହି ହଷ୍ଟେଲର ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ସବୁ କଥା ଜଣାଇଥିଲେ। ତାପରେ ବିଶ୍ଵାମିତ୍ର ସୁନାଙ୍କୁ ଜିଲ୍ଲାପାଳ ହଟେଇ ଥିଲେ। ଆଉ ମାତ୍ର ଦୁଇ ମାସ ମଧ୍ୟରେ ସମାନ ଘଟଣା ଏବେ ନଜରକୁ ଆସିଛି। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ବିଶ୍ଵାମିତ୍ର ସୁନା କହିଛନ୍ତି ଯେ, ଖାଇବା ପାଇଁ ପିଲାମାନଙ୍କୁ ଠିକ୍ ଭାବରେ ପ୍ରଦାନ ହେଉଛି। ପିଲା ମାନେ ହଷ୍ଟେଲ ଫାଟକ ଡେଇଁ ଆସିଛନ୍ତି। ଏଭଳିକି ପିଲାଙ୍କ କଥା ସତ ବୋଲି ପ୍ରକାଶ କରିଛନ୍ତି। ତେବେ ମାଡ଼ ମରାଯିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଧାନ ଶିକ୍ଷକ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ