୨୫ କିମି ଚାଲିଚାଲି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଲେ ୧୪ ଛାତ୍ର

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ରାୟଗଡ଼ା ବ୍ଲକ ବଡରାଇସିଂ ଆଶ୍ରମର ୧୪ ଜଣ ଛାତ୍ର ବିଦ୍ୟାଳୟ ହଷ୍ଟେଲ ଛାଡି ପହଞ୍ଚିଛନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ। ରାତି ତମାମ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଛାତ୍ରମାନେ । ବିଦ୍ୟାଳୟ ଓ ହଷ୍ଟେଲରେ ନାନା ଅବ୍ୟବସ୍ଥା ପ୍ରତିବାଦରେ ସେମାନେ ହଷ୍ଟେଲ ଛାଡ଼ିଥିବା କହିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜିଲ୍ଲାରେ ମହାବଳ ବାଘ ଓ ହାତୀପଲ ଉତ୍ପାତ୍ତ ମଚାଇଥିବା ବେଳେ ଏହି ୧୪ ଜଣ ଛାତ୍ର ଜଙ୍ଗଲ ଭିତରେ ଚାଲି ଚାଲି ଆସିଥିଲେ। ଯାହାକି ବର୍ତ୍ତମାନ ଚିନ୍ତାର କାରଣ ହୋଇଛି। ବଡରାଇସିଂ ଆଶ୍ରମରେ ୨୪୦ ଜଣ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଥିବା ବେଳେ । ସମସ୍ତ ଛାତ୍ରଛାତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ସେଠାରେ ରହୁଛନ୍ତି । ସେମାନଙ୍କ ଉପରେ ନିର୍ଯ୍ୟାତନା ଅସହ୍ୟ ହେବାରୁ ହଷ୍ଟେଲ ଛାଡି ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ଆସିଥିବା କହିଛନ୍ତି। ଜିଲ୍ଲାପାଳ ଆସିବା ପରେ ସମସ୍ତ କଥା ଜଣାଇବୁ ବୋଲି କହିଛନ୍ତି ଛାତ୍ରମାନେ।

ଛାତ୍ରଙ୍କ ଅଭିଯୋଗ, ହଷ୍ଟେଲରେ ଖାଇବା ପାଇଁ ଠିକ୍ ଭାବରେ ଦିଆଯାଉ ନାହିଁ। ଖାଇବା ପାଇଁ କହିଲେ ମାଡ ମାରିବା ସହିତ ବିତାଡିତ କରିବା ଭୟ ଦେଖାଉଛନ୍ତି ପ୍ରଧାନଶିକ୍ଷକ ବିଶ୍ଵାମିତ୍ର ସୁନା। ଏଭଳିକି ସରକାରଙ୍କ ତରଫରୁ ଯେଉଁ ସବୁ ସାମଗ୍ରୀ ପ୍ରଦାନ କରାଯାଉଛି ତାହା ହଡ଼ପ ହେଉଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ପ୍ରଧାନଶିକ୍ଷକ ବିଶ୍ଵାମିତ୍ର ସୁନାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା । ରାୟଗଡ଼ା ସହର ଉପକଣ୍ଠ କଲାଗୁଡା ସ୍ଥିତ ଅନ୍ୱେସା ହଷ୍ଟେଲରୁ ମଧ୍ୟ ସମାନ ଅଭିଯୋଗ ଆସିଥିଲା। ସେହି ହଷ୍ଟେଲର ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ସବୁ କଥା ଜଣାଇଥିଲେ। ତାପରେ ବିଶ୍ଵାମିତ୍ର ସୁନାଙ୍କୁ ଜିଲ୍ଲାପାଳ ହଟେଇ ଥିଲେ। ଆଉ ମାତ୍ର ଦୁଇ ମାସ ମଧ୍ୟରେ ସମାନ ଘଟଣା ଏବେ ନଜରକୁ ଆସିଛି। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ବିଶ୍ଵାମିତ୍ର ସୁନା କହିଛନ୍ତି ଯେ, ଖାଇବା ପାଇଁ ପିଲାମାନଙ୍କୁ ଠିକ୍ ଭାବରେ ପ୍ରଦାନ ହେଉଛି। ପିଲା ମାନେ ହଷ୍ଟେଲ ଫାଟକ ଡେଇଁ ଆସିଛନ୍ତି। ଏଭଳିକି ପିଲାଙ୍କ କଥା ସତ ବୋଲି ପ୍ରକାଶ କରିଛନ୍ତି। ତେବେ ମାଡ଼ ମରାଯିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଧାନ ଶିକ୍ଷକ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’